News
WhatsApp Image 2023-10-04 at 17.25.00
samparksetu

ଅସୁରକ୍ଷିତ ଓ ମୁକୁଳା ଅବସ୍ଥାରେ ପଡିରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର

ଅସୁରକ୍ଷିତ ଓ ମୁକୁଳା ଅବସ୍ଥାରେ ପଡିରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର ନା ଅଛି ପାଚେରୀ ,ନା ଅଛି ବୈଦୁତ୍ୟିକ ସୁରକ୍ଷା ବ୍ୟବସ୍ଥା ଅଭିଯୋଗ କରିଥିଲେ ମଧ୍ଯ କେହି ଗୁହାରୀ ଶୁଣୁ ନାହାଁନ୍ତି।

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ମଠକରଗୋଳ। ଗ୍ରାମ ନୁଆସାହି ମାଛିଆନାଳୀ ପୋଖରୀ ନିକଟରେ ରାସ୍ତା କଡ଼ରେ ୨ ଟି ଟ୍ରାନ୍ସଫର୍ମର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏହି ରାସ୍ତାଟି ନୁଆସାହିକୁ ଯିବାକୁ ମୁଖ୍ୟ ରାସ୍ତା ହୋଇଥିବାରୁ ଏ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ଏବଂ ଗୋରୁ ଗାଈ ଯାତାୟତ କରିଥାନ୍ତି ।

ଟ୍ରାନ୍ସଫର୍ମର ୨ଟି ରାସ୍ତା କଡ଼ରେ ରହିଛି ଏବଂ ଏଥିରେ ସୁରକ୍ଷା ବାଡ଼ ନଥିବା ବେଳେ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ।ଏ ରାସ୍ତା ଦେଇ ହଜାର ହଜାର ଲୋକ ଏବଂ ପଶୁଙ୍କ ପାଇଁ ବିପଦ ଶ୍ରୁଷ୍ଟି କରିପାରେ । କୌଣସି ବ୍ୟକ୍ତି ହୁଅନ୍ତୁ ବା ଗୋ ମାତା ବିଦ୍ୟୁତ ସଂସ୍ପର୍ଶ ଆସିଲେ ତାହା କଣ ଯେ ହେବ , ତାହା ବିଭାଗୀୟ ଅଧିକାରୀଙ୍କୁ ହିଁ ଜଣା ଥିବ ।

ଏହି ଟ୍ରାନ୍ସଫର୍ମର ଦୁଇଟିକୁ ସମ୍ପୂର୍ଣ୍ଣ ଭାବରେ ଆବଦ୍ଧ କରାଗଲେ ବହୁ ଧନଜୀବନ କ୍ଷୟକ୍ଷତିରୁ ହୁଏତ ରକ୍ଷା ପାଇପାରିବ ।

new life
You might also like
error: Content is protected !!