News
WhatsApp Image 2023-10-04 at 17.25.00
samparksetu

ଅବସର ପ୍ରାପ୍ତ ଯବାନ ଙ୍କୁ ଆକ୍ରମଣ !

ଭୁବନ ଥାନା ମୁର୍ଦାଙ୍ଗ ଗ୍ରାମ ନିକଟରେ ବର୍ଷା ପାଣି ଘର ମଧ୍ୟରେ ପସିବାରୁ ପ୍ରତିବାଦ କରିଥିଲେ ପୂର୍ବତନ ସୈନିକ । ପୂର୍ତବିଭାଗ ଦ୍ୱାରା ନିୟୋଜିତ ଠିକାଦାରଙ୍କ ସୁପର ଭାଇଜ଼ରର ରଡମାଡରେ ସୈନିକଙ୍କ ମୁଣ୍ଡ ଫାଟିଥିବାର ଅଭିଯୋଗ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଅପରପକ୍ଷେ ଗ୍ରାମବାସୀଙ୍କ ଦ୍ୱାରା ଠିକାଦାର ର ୨ ଗାଡି ଅଟକ ରଖିଲେ ।

ଖବର ନେବାରେ ଜଣାଯାଏ ଯେ ଭୁବନ ପୂର୍ତ୍ତ ବିଭାଗ ଅଧିନସ୍ଥ ଅନନ୍ତପୁର ଠାରୁ ନୀଳକଣ୍ଠପୁର ଯାଏ ନିର୍ମାଣ ହେଉଥିବା ରାସ୍ତା ରେ ନିର୍ମାଣ ଜନିତ ତ୍ରୁଟି ଯୋଗୁଁ ରବିବାର ଅପରାହ୍ନରେ ବାଦଲଫଟା ବର୍ଷା ଯୋଗୁଁ ପୂର୍ବତନ ସୈନିକ ମଙ୍ଗୁଳି ପ୍ରଧାନଙ୍କ ଘରେ ପାଣି ପଶିଥିଲା ଯାହାକୁ ନେଇ ରାସ୍ତା କାମରେ ନିୟୋଜିତ ଠିକା କମ୍ପାନୀର ସୁପର ଭାଇଜ଼ର ଓ ଷ୍ଟାଫ ଯନ୍ତ୍ରୀ ନରେନ୍ଦ୍ର ସାହୁଙ୍କ ଓ ସୈନିକ ଙ୍କ ମଧ୍ୟରେ ବଚସା ହୋଇଥିଲା ।

ଫଳରେ କମ୍ପାନୀ କର୍ମଚାରୀ ଙ୍କ ରଡ଼ ମାଡ ରେ ମଙ୍ଗୁଳି ଗୁରୁତର ଆହତ ହୋଇ ଭୁବନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅପରପକ୍ଷେ ଉତ୍ୟକ୍ତ ଗ୍ରାମବାସୀ କମ୍ପାନୀ ର ଦୁଇ ଟି ଗାଡି କୁ ଅଟକ ରଖିଥିବା ଜଣା ଯାଇଛି । ଏ ଘଟଣା ସଂପର୍କରେ ଭୁବନ ପୋଲିସ ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!