News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣାରେ ଚାଲିଗଲା ଅବସର ପ୍ରାପ୍ତ ଶିକ୍ଷକ ଙ୍କ ଜୀବନ

ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ଭେଜିଆ ଛକ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।ମୃତ ବ୍ୟକ୍ତି ଜଣଙ୍କ ବିରୋବିଲେଇ ଗ୍ରାମର ଅବସର ଶିକ୍ଷକ ରମେଶ କୁମାର ପ୍ରଧାନ । ଏବଂ ଗୁରୁତର ଜଣଙ୍କ କୁଲେଇ ଗ୍ରାମର ଚଗଲା ଖଟୁଆ ବୋଲି ସୂଚନା ।

ସୂଚନା ଅନୁଯାୟୀ ଉଭୟ ବାଇକ ଭେଜିଆ ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲେ । ତେବେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଗୁରୁତର ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା ପରେ କିଛି ସମୟ ପାଇଁ ଜାତୀୟ ରାଜପଥ ଅବରୋଧ ହୋଇଥିଲା । ପରେ ପୋଲିସ ପହଁଚି ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା ।

new life
You might also like
error: Content is protected !!