News
WhatsApp Image 2023-10-04 at 17.25.00
samparksetu

ଭରଚୁଆଲ ଢେଙ୍କାନାଳ ବିଜେପି କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ

ଢ଼େଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ନରେଶ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସୀ ମାଧ୍ୟମରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l

ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କାର୍ଯ୍ୟକର୍ତ୍ତା ମାନଙ୍କୁ ବୁଥ ସ୍ତରର ସମିତିକୁ ‘ ନରେନ୍ଦ୍ର ମୋଦି ମିତ୍ର ମଣ୍ଡଳି’ ନାଁରେ ନାମିତ କରି ଏହାକୁ ବ୍ୟାପକ କରିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକୁ ଜନଜାଗରଣରେ ପରିଣତ କରିବା ପାଇଁ ପରାମର୍ଶ ଦେଇଥିଲେ।

ଏଥିରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ବିଧ୍ୟାୟକ କୃଷ୍ଣ ଚନ୍ଦ୍ର ପାତ୍ର, କାମାକ୍ଷାନଗର ବିଧାୟକ ପାର୍ଥି ଶତ୍ରୁଘ୍ନ ଜେନା, ହିନ୍ଦୋଳ ବିଧାୟକ ପାର୍ଥି ଅଶୋକ କୁମାର ନାୟକ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମ ଚନ୍ଦ୍ର ପାତ୍ର,ଜିଲା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ, ଜିଲା ସାଧାରଣ ସମ୍ପାଦକ ସୁନୀଲ ଶର୍ମା,ରତିକାନ୍ତ ସାହୁ, ରାସବିହାରୀ ସାହୁ, ପୂର୍ବତନ ଜିଲା ସଭାପତି ପ୍ରେମାନନ୍ଦ ଜେନା, ଜିଲା ଉପସଭାପତି ବିଷ୍ଣୁ ପ୍ରସାଦ ଲେଙ୍କା,ଜିଲା ମେଡ଼ିଆ ପ୍ରଭାରୀ ନବକିଶୋର ଗୁରୁ,ଜିଲା ସଭାନେତ୍ରୀ ମମତା ସ୍ୱାଇଁ, ଜିଲା ଯୁବମୋର୍ଚ୍ଚl ସଭାପତି ଏମ ଜେ ମହିମା, ଇତିଶ୍ରୀ ସାହୁ, କମଳିନୀ ମହାନ୍ତି ଓ ସମସ୍ତ ଜିଲା ପଦାଧିକାରୀ ଏବଂ ମଣ୍ଡଳ ସଭାପତି ମାନେ ଉପସ୍ଥିତ ଥିଲେ l

ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜେପିର ବରିଷ୍ଠ ନେତ୍ରି ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା ଯୋଗ ଦେଇ ସାଧାରଣ ଲୋକର ଅଧିକାର ପାଇଁ ବିଜେପି ଲଢେ଼ଇ ଜାରି ରଖିବ ଏବଂ ରାଜ୍ୟ ସରକାରଙ୍କ ଦୁର୍ନୀତି ଉପରେ ତଥ୍ୟ ରଖିବା ସହ ବିଜେପିର ଢେଙ୍କାନାଳ ଜିଲ୍ଲାର ସଂଗଠନ କୁ ମଜବୁତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ପରାମର୍ଶ ଦେଇଥିଲେ।

ସେବା, ସଂଗଠନ, ସମ୍ପର୍କ ଓ ସଂଘର୍ଷ ଆଧାରରେ କାର୍ଯ୍ୟକର୍ତ୍ତାମାନେ ପରିଶ୍ରମ କରି ଲୋକମାନଙ୍କ ସହ ଯୋଡ଼ିହୋଇ ସମ୍ପର୍କ ସ୍ଥାପନ କରିବା ଉଚିତ୍ । କେବଳ ବିଧାୟକ ଏବଂ ସାଂସଦ ହେବା ପାଇଁ ନୁହେଁ ବରଂ ପ୍ରତିଟି ନାଗରିକଙ୍କ ମୌଳିକ ଓ ଅନ୍ୟାନ୍ୟ ସମସ୍ୟାକୁ ପ୍ରଭାବଶାଳୀ ଢ଼ଙ୍ଗରେ ସରକାରଙ୍କ ପାଖରେ ଉପସ୍ଥାପନ କରିବା ହିଁ ଆମର ଲକ୍ଷ୍ୟ ହେବା ଦରକାର।ବର୍ତ୍ତମାନ ଟେକ୍ନୋଲୋଜି ମାଧ୍ୟମରେ ଲୋକଙ୍କ ସହ ଯୋଡ଼ିହେବାର ନୂଆ ମାଧ୍ୟମ ହୋଇଛି ।

ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ, ସାମାଜିକ ଗଣମାଧ୍ୟମ ଜରିଆରେ ଯୋଡ଼ିହୋଇ ଲୋକଙ୍କ ସେବା କରିବା ତଥା ମୋଦି ସରକାରଙ୍କ ସବକା ସାଥ୍,ସବକା ବିକାଶ, ଏବଂ ସବକା ବିଶ୍ୱାସ ମନ୍ତ୍ରରେ ହେଉଥିବା ସମସ୍ତ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ରାଜ୍ୟ ସରକାରଙ୍କ ବିଫଳତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି,ମନେରେଗା ଯୋଜନାରେ ବ୍ୟାପକ ଜାଲିଆତି, ଅଘୋଷିତ ବିଦ୍ୟୁତ କାଟ, ନକଲି ଔଷଧ କାରବାର, ଜିଲ୍ଲାରେ ବେକାର ସଂଖ୍ୟା ବୃଦ୍ଧି ହେବା ଉପରେ ଆନ୍ଦୋଳନ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ଚନ୍ଦ୍ର ପାତ୍ର ରାଜନୈତିକ ଚିଠା ପ୍ରସ୍ତାବ କୁ ସମର୍ଥନ କରିଥିଲେ। ଶେଷରେ ସାଧାରଣ ସମ୍ପାଦକ ରାସବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

new life
You might also like
error: Content is protected !!