News
WhatsApp Image 2023-10-04 at 17.25.00
samparksetu

ପିକଅପ ଭ୍ୟାନ -ଟ୍ରକ ମୁହାଁ ମୁହିଁ ଧକ୍କା , ଓଲଟିଲା ଟ୍ରକ ; ଡ୍ରାଇଭର ସମେତ ୩ ଗୁରୁତର !

ଢେଙ୍କାନାଳ ସଦର ଥାନା ବଳଦିଆବନ୍ଧ ନିକଟରେ ଏକ ପିକଅପ ଭ୍ୟାନ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଡ୍ରାଇଭର ସମେତ ୩ଜଣ ଆହତ ହୋଇଛନ୍ତି । ଆହତ ୩ଜଣ ହେଲେ ମହାରାଷ୍ଟ୍ର ର ଓଁ ପ୍ରକାଶ ଯାଦବ ଏବଂ ଅନ୍ୟ ୨ଜଣ ଙ୍କ ପରିଚୟ ମିଳି ପାରିନି ।

ସୂଚନା ଅନୁଯାୟୀ , ଟ୍ରକ ଟି କଟକ ରୁ ତାଳଚେର ଅଭିମୁଖେ ଏବଂ ପିକଅପ ଭ୍ୟାନ ଟି ଢେଙ୍କାନାଳ ରୁ କଟକ ଅଭିମୁଖେ ଯାଉଥିଲା ।

ଉଭୟ ବଳଦିଆବନ୍ଧ ଛକ ନିକଟରେ ମୁହାଁମୁହିଁ ହୋଇଯାଇଥିଲେ । ପିକଅପ ଡ୍ରାଇଭର କୁ ବଞ୍ଚେଇବାକୁ ଯାଇ ଟ୍ରକ ଟି ରାସ୍ତା ତଳକୁ ଓଲଟି ପଡିଥିଲା । ଏଥିରେ ଡ୍ରାଇଭର ୨ ଜଣ ଏବଂ ପିକଅପ ଭ୍ୟାନରେ ବସିଥିବା ଅନ୍ୟ ଜଣେ ଆହତ ହୋଇଛନ୍ତି ।ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

new life
You might also like
error: Content is protected !!