News
WhatsApp Image 2023-10-04 at 17.25.00
samparksetu

ସରକାରୀ ଜମି ଜବରଦଖଲକୁ କେଦ୍ର କରି ଦୁଇ ପରିବାର ହାତାହାତି, ଉଭୟ ପକ୍ଷରୁ ଟାଉନ୍ ଥାନାରେ ଲିଖିତ ଅଭିଯୋଗ

ଢେଙ୍କାନାଳ ସହର ଉପକଣ୍ଠ କାଠଗଡା ଅଂଚଳରେ ଥିବା ଜୁଆଙ୍ଗ ବସ୍ତି ନିକଟସ୍ଥ ସରକାରୀ ଜମି ଜବରଦଖଲକୁ କେଦ୍ର କରି ଦୁଇ ପରିବାର ମଧ୍ୟରେ ହାତାହାତି । ଘଟଣାକୁ ନେଇ ଉଭୟ ପରିବାର ପକ୍ଷରୁ ଟାଉନ୍ ଲିଖିତ ଅଭିଯୋଗ କରାଯାଇଛି।

ଅଭିଯୋଗ ମୁତାବକ, ଶ୍ରୀମତୀ ଗିତାଞ୍ଜଳି ମହାପାତ୍ର (୬୦) ସ୍ଵାମୀ ସ୍ବର୍ଗତ ନରେନ୍ଦ୍ର କୁମାର ମହାପାତ୍ର। ତାଙ୍କର ସେ ରହୁଥିବା କଠାଗଡା ଅଂଚଳରେ (୨୫୦,୨୫୨ ଓ ୨୫୩) ତିନୋଟି ସରକାରୀ ଜମି ଜବରଦଖଲ ଅଛି। ଗତକାଲି ସେ ଖବର ପାଇଲେ କେହି ଜଣେ ତାଙ୍କ ଜମି ଜବରଦଖଲ ବାଡ଼କୁ ଭାଙ୍ଗି ଦେଇଛି। ତେବେ ଖବର ପାଇ ମଧ୍ୟାହ୍ନ ୨ ଟା ବେଳେ ବାଙ୍ଗାଲୋରରୁ ବ୍ୟବସାୟ କରି ଫେରନ୍ତା ପୁଅ ସହିତ ଉକ୍ତ ଜବରଦଖଲକୁ ଜମିକୁ ଯାଇଥିଲେ ମା ଗିତାଞ୍ଜଳି। ତେବେ ସେ ଜାଗା ନିକଟରେ ରହୁଥିବା ପଡୋଶୀ ଅନୁପମା କଅଁର(୪୪), ସ୍ଵାମୀ- ସତ୍ୟବାଦୀ କଅଁର ଙ୍କୁ ଘଟଣା ସମ୍ବନ୍ଧରେ ପଚରାଉଚରା କରିବାରେ ଉଭୟଙ୍କ ବଚସା ଲାଗି ରହିଲା।

ବଚସା ଅଧିକ ହେବାରୁ ଶେଷରେ ଦୁଇ ପରିବାର ମଧ୍ୟରେ ହାତାହାତି ହୋଇଥିଲେ ଏବଂ ଟେକା ପଥର ମରାମରି ହୋଇଥିଲେ। ତେବେ ଘଟଣାକୁ ନେଇ ଉଭୟ ପରିବାର ପକ୍ଷରୁ ଟାଉନ୍ ଥାନାରେ, ଲିଖିତ ଅଭିଯୋଗ କରାଯାଇଛି। ଟାଉନ୍ ପୋଲିସ ଥାନାରେ ୩୧୫/୨୧ ଓ ୩୧୬/୨୧ ରେ ଦୁଇଟି ପୃଥକ୍ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

new life
You might also like
error: Content is protected !!