କେତେଦିଅଁ ଦୁବ କରିକି ପାଇଛି
ପୁଅପରା ଧନମାଳିକୁ !
ନିନ୍ଦା ଅପନିନ୍ଦା ବିରହ ବେଦନା
ସହିଯାଇଛି ସେ ସବୁକୁ !!
ଅନାହାରେ କେବେ ନରହିବା ପାଇଁ
ରୀତିମତ କରି ଲଢେଇ !
କେତେ ଦାଉଧକା ଆପଣେଇ ନେଇ
ହସିହସି ବଞ୍ଚିଶିଖାଇ !!
ସାଜି ସେ ବଇଦ ଚାହିଁ ବସିଥାଏ
ଯେବେ ହୁଏ ଦେହ ଖରାପ !
ସେନେହ ହାତଟା ବାରିହୋଇପଡ଼େ
ଉଜାଗରେ ଜାଳି ପ୍ରଦୀପ !!
ସାଇ ପଡିଶାରେ କଳି କରିଥାଏ
ଯିଏ ଆଙ୍ଗୁଳି ଦେଖାଏ !
ଭଲ ମଣିଷଟେ ହବାକୁ ସଂସାରେ
କଣ୍ଟାଶୂନ୍ୟ ପଥେ ଚଲାଏ !!
ଦିନ ବଦଳିଛି ଋତୁ ବଦଳିଛି
ବଦଳିଛି ରୂପ ବୟସ !
ମମତା ଭରାସେ ଅସନା ହାତଟା
ଚାହୁଁ ଅଛି ଟିକେ ପରଶ !!
ଭଡାଘରେ ରୁହ କେତେଆରାମରେ
ରାଜଧାନୀ ସହରରେ !
ନିଜପରିବାରେ ଆନନ୍ଦେ ବିତାଅ
ବୃଦ୍ଧା ମା ହତାଦରେ !!
ନିଃସ୍ୱାର୍ଥପରତା ସେବା ଦେଇ
ସିଏ ବାହୁନି ବାହୁନି କାନ୍ଦେ!
କେମିତି ଭୂଲିଲ ଅତି ଆପଣାର
ଜନନୀ ଧାତ୍ରୀକୁ ଅନ୍ଧେ !!
✍️ସୂର୍ଯ୍ୟ ନାୟକ