News
WhatsApp Image 2023-10-04 at 17.25.00
samparksetu

ରାଜ୍ୟ ଅତିରିକ୍ତ କୃଷି ସଚିବ ଙ୍କ କ୍ଷେତ ପୋଖରୀ ଓ ସମନ୍ବିତ କୃଷି କ୍ଷେତ୍ର ପରିଦର୍ଶନ

ଓଡିଶା ସରକାର ଙ୍କ କୃଷିବିଭଗ ର ଅତିରିକ୍ତ ସଚିବ ଅଞ୍ଜନା ପଣ୍ଡା, ଆଜି ଅପରାହ୍ନ ରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ, ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ କ୍ଷେତ ପୋଖରୀ ଓ ସମନ୍ୱିତ ଚାଷ କ୍ଷେତ୍ର ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ର ସଫଳ ରୂପାୟନ ସମ୍ପର୍କରେ ହିତାଧିକାରୀ ଜ୍ୟୋତିର୍ମୟୀ ଗୋଛାୟତ ଓ ଶରତ ନାୟକ, ମହିଳା ସ୍ୱୟଂ ସହାୟକ ଗୋଷ୍ଟୀ ଓ ଚାଷୀ ମାନଙ୍କ ସହ ଆଲୋଚନା କରି ସହଭାଗିତା ଓ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ଏହି ଯୋଜନାରେ କ୍ଷେତ ପୋଖରୀ ହୁଡାରେ ନଡ଼ିଆ, ପିଜୁଳି, ଆମ୍ବ, ସପୁରି, କଦଳୀ ଓ ସଜନା ଚାରା ରୋପଣ ବ୍ୟତୀତ ଉନ୍ନତ କିସମର କାଜୁବାଦାମ ଚାଷ ଓ ସେହି ଜମିରେ ଅନ୍ତକ୍ଷେପନ କୃଷି ପଦ୍ଧତିରେ ରାଶି, ଚିନାବାଦାମ, ବିରି, ମୁଗ, କୋଳଥ ଓ ଶାଗ ମଞ୍ଜି ଆଦି ଚାଷ କରି ଆର୍ଥିକ ସ୍ୱାବଲମ୍ବୀ ହେବାକୁ ଉତ୍ସାହିତ କରିଥିଲେ ।

ଚାଷୀ ଭାଇ ମାନେ ମୃତିକା ସଂରକ୍ଷଣ ତଥା ଜଳ ବିଭାଜିକା ସଂସ୍ଥା, ଉଦ୍ୟାନ କୃଷି ଓ କୃଷି ବିଭାଗ ସହ ପରାମର୍ଶ କରି ଜବ କାର୍ଡ ଧାରୀ କୃଷି ଶ୍ରମିକ ମାନଙ୍କୁ ନିଯୁକ୍ତି ଓ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ କଲେ, ସେମାନେ ରୋଜଗାର କ୍ଷମ ହୋଇପାରିବେ ।

new life
You might also like
error: Content is protected !!