News
WhatsApp Image 2023-10-04 at 17.25.00
samparksetu

ବିପଦ ସଂକୁଳ ଅବସ୍ଥାରେ ଦୁଇ ଦୁଇଟି ବିଦ୍ୟୁତ ଟ୍ରାନ୍ସଫର୍ମର, ଗ୍ରାମବାସୀ ଭୟଭୀତ

ମୁକୁଳା ପଡିଛି ବିଦ୍ୟୁତ ଟ୍ରାନ୍ସଫର୍ମର ଓ ତା ଉପରେ ମାଡିଛି ଗଛ ଲତା l କେତେବେଳେ ଭୋଲ୍ଟେଜ କମ୍ ଆସୁଛି ତ କେତେବେଳେ ଅନେକ ବେଶୀ l ଫଳରେ ଗ୍ରାମବାସୀଙ୍କର ଟିଭି, ଫ୍ୟାନ ଓ ଅନ୍ୟ ଘର କରଣା ବୈଦ୍ୟୁତିକ ଉପକରଣ ଖରାପ ହେଉଛି l ଅନେକ ସମୟରେ ହାଇ ଭୋଲ୍ଟେଜ ଯୋଗୁଁ ଟ୍ରାନ୍ସଫର୍ମର ପାଖରେ ବାଣ ଫୁଟିଲା ପରି ଶବ୍ଦ ହେଉଛି ଏବଂ ଗାଁ ର ଲାଇନ କଟୁଛି l ଏପରି ବିଦ୍ୟୁତ ଟ୍ରାନ୍ସଫର୍ମର ଖୋଲାରେ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଅନ୍ତର୍ଗତ ମଠ ତେନ୍ତୁଳିଆ ଗ୍ରାମ ପଞ୍ଚାୟତର ଜୁଆଳି ବନ୍ଧ ଗ୍ରାମରେ l

ଏଠାରେ ୨ ଟି ଟ୍ରାନ୍ସଫର୍ମର ରାସ୍ତା କଡରେ ,ଜନ ବସତି ଏବଂ ପ୍ରାଇମାରୀ ସ୍କୁଲ ଠାରୁ ମାତ୍ର ପଚାଶ ମିଟର ଦୂରରେ ଅବସ୍ଥିତ l ପୂର୍ବରୁ ଅଳ୍ପ ଜନ ସଂଖ୍ୟା ଏବଂ କମ୍ ଘର ଥିଲାବେଳେ ଏହା ସ୍ଥାପିତ କରାଯାଇଥିଲା l ବର୍ତ୍ତମାନ ଜନ ସଂଖ୍ୟା ବଢିବା ସହିତ ଗାଁ ରେ ଘର ସଂଖ୍ୟା ମଧ୍ୟ ଅନେକ ବଢିଚାଲିଛି l ଗାଈ ଗୋରୁ ଚରା ବୁଲା କରିବା ସହିତ ଛୋଟ ଛୋଟ ପିଲାମାନେ ସେହି ପାଖ ଦେଇ ସ୍କୁଲକୁ ଯାଆସ କରନ୍ତି l କେତେବେଳେ ଯେ ଅଘଟଣ ଘଟିବ ତାହା କେହି କହିପାରିବେନାହିଁ l

ଏସମ୍ପର୍କରେ ଗ୍ରାମବାସୀ ମାନେ ଅନେକ ଥର ବିଭାଗୀୟ କର୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟଵାହୀ ହୋଇନାହିଁ l ଏହି ଟ୍ରାନ୍ସଫର୍ମର ଚାରିପଟେ ପାଚେରୀ କିମ୍ବା ତାର ବାଡ଼ ଦେଇ ଏହାର ସୁରକ୍ଷା କରିବାପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି l

new life
You might also like
error: Content is protected !!