News
WhatsApp Image 2023-10-04 at 17.25.00
samparksetu

ସ୍ତ୍ରୀ ର ବେକ କାଟି ହତ୍ୟା ଉଦ୍ୟମ ; ସ୍ୱାମୀ ଗିରଫ

ପାରିବାରିକ କଳହରୁ ସ୍ତ୍ରୀଙ୍କ ବେକ କାଟି ହତ୍ୟା ଉଦ୍ୟମ କରିଛନ୍ତି ସ୍ୱାମୀ । ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଟେଣ୍ଟେଇପଦା ମୁଣ୍ଡା ସାହିରେ ସୋମବାର ରତନୀ ବୋୟା (୪୦) ଙ୍କ ବେକକୁ ତାଙ୍କ ସ୍ୱାମୀ ଦିଲୀପ ମଦ୍ୟପାନ କରି ଏକ ଧାରୁଆ ଅସ୍ତ୍ର ରେ କାଟିଥିବାର ସେ ଅଭିଯୋଗ କରିଛନ୍ତି ।

ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏ ଘଟଣାରେ ସ୍ଵାମୀ କୁ ଗିରଫ କରିଛି ଗଁଦିଆ ପୋଲିସ ।

new life
You might also like
error: Content is protected !!