News
WhatsApp Image 2023-10-04 at 17.25.00
samparksetu

ଓଲଟିଲା ଅଟୋ ; ୧୭ ମହିଳା ଶ୍ରମିକ ଗୁରୁତର ଆହତ

ଗଁଦିଆ ଥାନା ଧନିଆନାଳୀ ନିକଟରେ ବିଲେରୋ -ଅଟୋ ମୁହଁ।-ମୁହିଁ ଧକ୍କ। ହେବା ଫଳରେ ୧୭ ଜଣ ମହିଳା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ , ଗଁଦିଆ ପଟୁ ଏକ ଅଟୋ ୧୭ ଜଣ ମହିଳା ଶ୍ରମିକକୁ ନେଇ ଆସୁଥିବା ବେଳେ ଅପରପକ୍ଷରୁ ଏକ ବୋଲେରୋ ଆସି ଅଟୋ କୁ ଧକ୍କା ମାରି ପଳାଇଥିଲା । ତେବେ ଅଟୋ ଟି ରାସ୍ତା ତଳକୁ ଓଲଟି ଯାଇଥିବା ବେଳେ ସେଥିରେ ଥିବା ୧୭ ଜଣ ମହିଳା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଗଁଦିଆ ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ପରେ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଗୁରୁତର ମାନଙ୍କ ପରିଚୟ ମିଳିନଥିବା ବେଳେ , ସେମାନେ ଶ୍ରମିକ ବୋଲି ସୂଚନା ମିଳିଛି ଏବଂ ଧକ୍କା ଦେଇଥିବା ବୋଲେରୋ ଟି ଷଡ଼ଙ୍ଗୀ ର ବୋଲି ସୂଚନା ।

new life
You might also like
error: Content is protected !!