News
WhatsApp Image 2023-10-04 at 17.25.00
samparksetu

ଜେଲ ପାଚେରୀ ଡେଇଁ ଆସାମୀ ଚମ୍ପଟ !

ହିନ୍ଦୋଳ ଜେଲର ସୁରକ୍ଷା ବଳୟ ଭେଦି ଜଣେ ବିଚାରଧୀନ କଏଦୀ ଚମ୍ପଟ ମାରିଛି । ଫେରାର କଏଦୀ ହେଲେ ରାସୋଳ ଥାନା ଦଣ୍ଡିରୀ ଗ୍ରାମର ବିରଞ୍ଚି ବେହେରା ।

ଏକ ବାଉଁଶ ସାହାଯ୍ୟରେ ସୁଉଚ୍ଚ ପାଚେରୀ ଡେଇଁ ପଳାଇଥିବା ବେଳେ ରାତି ପର୍ଯ୍ୟନ୍ତ ପୋଲିସ କି ଜେଲ କର୍ତ୍ତୃପକ୍ଷ ତାର ଟେର ପାଇନାହାନ୍ତି ।

ସୂଚନାଯୋଗ୍ୟ କି , ରାସୋଳ ଥାନା ଦଣ୍ଡିରୀ ଗ୍ରାମରେ ଗତ ୨୫ ତାରିଖରେ ଜନ୍ତୁ ମାଂସ ଭାଗ ବଣ୍ଟାକୁ ନେଇ ବୁଲୁ ବେହେରା ଇ ବିରଞ୍ଚି ବେହେରା ଙ୍କ ମଧ୍ୟରେ ବଚସା ହୋଇଥିଲା ।ବିରଞ୍ଚି ଧାରୁଆ ଅସ୍ତ୍ରରେ ବୁଲୁକୁ ଆକ୍ରମଣ କରିଥିଲା ଏବଂ ଘଟଣା ସ୍ଥଳରେ ବୁଲୁର ମୃତ୍ୟୁ ହୋଇଥିଲା ।

ଉକ୍ତ ଘଟଣାରେ ପୋଲିସ ଏକ ହତ୍ୟା ମାମଲା ରୁଜ୍ଜୁ କରି ବିରଞ୍ଚି କୁ ଗିରଫ କରିଥିଲା । ମାତ୍ର ଶୁକ୍ରବାର ସକାଳେ ବିରଞ୍ଚି ଏକ ବାଉଁଶ ସାହାଯ୍ୟରେ ଜେଲର ପାଚେରୀ ଡେଇଁ ଫେରାର ହୋଇ ଯାଇଥିଲା । ଜେଲ କର୍ମଚାରୀ ଙ୍କ ଖାମଖିଆଲି ନୀତି ହେତୁ ଏହା ଘଟିଥୁବା କୁହାଯାଉଛି ।

new life
You might also like
error: Content is protected !!