News
WhatsApp Image 2023-10-04 at 17.25.00
samparksetu

ଗାଧୋଇବାକୁ ଯାଇ ଆଉ ଫେରିଲେନି , ପୋଖରୀ ରୁ ମିଳିଲା ମୃତଦେହ

ପୋଖରୀକୁ ଗାଧୋଇବାକୁ ଯାଇ ବୃଦ୍ଧ ଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଖରିଡାଳି ଗ୍ରାମରେ ଆଜି ସକାଳୁ ଗ୍ରାମର ପୋଖରୀ ରେ ଜଣେ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର ହୋଇଛି । ବୃଦ୍ଧ ଜଣଙ୍କ ଉକ୍ତ ଗ୍ରାମର ଲିଙ୍ଗ ପଧାନ (୬୦) ବୋଲି ଜଣା ପଡ଼ିଛି ।

ସୂଚନା ଅନୁଯାୟୀ ,ସୋମବାର ସନ୍ଧ୍ୟା ରେ ଲିଙ୍ଗ ଘରୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ । ଆଜି ସକାଳେ ଗାଁ ଲୋକ ତାଙ୍କ ମୃତଦେହ କୁ ଗାଁ ର ପୋଖରୀ ରେ ଭାଷୁଥିବାର ଦେଖିବାକୁ ପାଇଥିଲେ । ତାଙ୍କ ଶବ କୁ ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର କରାଯାଇଥିଲା । ତେବେ ଗୋଡ଼ ଖସିଯାଇ ତାଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ବ୍ୟବଚ୍ଛେଦ ପାଇଁ ପତଗାଇଛି ।

new life
You might also like
error: Content is protected !!