News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ର ୨ ଘଣ୍ଟା ମଧ୍ୟରେ ହେଲା ସମାଧାନ, ଅଞ୍ଚଳବାସୀ ଙ୍କ ପକ୍ଷରୁ ଛୁଟିଲା ଧନ୍ୟବାଦ ର ସୁଅ

ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ମଧୁବନ ସ୍ଥିତ ୱାର୍ଡ ନମ୍ବର ୩ରେ ଥିବା ପୂର୍ବତନ ସାଂସଦଙ୍କ ବାସଭବନ ନିକଟସ୍ଥ ଗଳିରେ ସଫେଇ ନେଇ ବ୍ୟାପକ ଅବ୍ୟବସ୍ଥା, ବିପଦସଙ୍କୁଳ ଟେଲିଫୋନ ଖୁଣ୍ଟି ଏବଂ ତାହାତଳେ କୁଢ଼କୁଢ଼ ଅଳିଆ । ବର୍ଷାର ଆରମ୍ଭରେ ପାଣି ଜମି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ସେଠାରେ ଥୁଆ ହେଉଥିବା ଅଳିଆ ଉଠା ଗାଡି ଗୁଡିକ ସତେ ଯେପରି ଡ଼ଷ୍ଟପଏଣ୍ଟ ପରି ପରିଲକ୍ଷିତ ହେଉଥିଲା ।

ଏନେଇ ଆଜି ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ ସହ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଯାଇଥିଲା । ଖବର ପ୍ରସାରଣ ର ୨ ଘଣ୍ଟା ମଧ୍ୟରେ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଇଥିଲେ । ସମ୍ପୃକ୍ତ ଅଞ୍ଚଳରୁ ହଟିଥିଲା ଅଳିଆ ।

ତେବେ ଏଭଳି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦେଖି ଅଞ୍ଚଳ ବାସୀଙ୍କ ମନରେ ଢେର ଖୁସିର ବାତାବରଣ ଦେଖାଦେଇଛି । ସ୍ଥାନୀୟ ବାସିନ୍ଦା ଅନିମେଶ ରାଉତ ଏବଂ ଡ଼ଃ ସତ୍ୟଜିତ ମିଶ୍ର ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଢେଙ୍କାନାଳ ଅପଡେଟ୍ କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

new life
You might also like
error: Content is protected !!