News
WhatsApp Image 2023-10-04 at 17.25.00
samparksetu

କ୍ରିକେଟ ଖେଳକୁ ନେଇ ଗଣ୍ଡଗୋଳ , ୨ ଆହତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳି ପଞ୍ଚାୟତ ଖୋକସା ଗ୍ରାମରେ ଆଜି କ୍ରିକେଟ ଖେଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଉଭୟ ଗୋଷ୍ଠୀରୁ ୨ଜଣ ଆହତ ହୋଇ କାମାକ୍ଷାନଗର ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁଯାୟୀ , ଗ୍ରାମର କିଛି ଯୁବକ ଏକାଠି ହୋଇ କ୍ରିକେଟ ଖେଳୁଥିଲେ।କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଧର୍ମେନ୍ଦ୍ର ପଧାନ(୩୪) ନାମକ ଯୁବକ ପ୍ରଦୀପ ଗୋଛାୟତ(୨୫) ନାମକ ଯୁବକଙ୍କୁ ଆକ୍ରମଣ କରିଥିଲେ ଏଥିରେ ପ୍ରଦୀପଙ୍କ ମୁଣ୍ଡ କାନ୍ଧ ହାତରେ ଆଘାତ ଲାଗିଥିବା ବେଳେ ପ୍ରଦୀପ ମଧ୍ୟ ଏକ ବ୍ୟାଟ ସାହାଯ୍ୟରେ ଧର୍ମେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ ।ଯାହା ଫଳରେ ଧର୍ମେନ୍ଦ୍ରଙ୍କ ମୁଣ୍ଡରେ ଆଘାତ ଲାଗିଛି।

ଖବର ପାଇ କାମାକ୍ଷାନଗର ପୋଲିସ ଡାକ୍ତରଖାନାରେ ପହଞ୍ଚି ଦୁହିଁଙ୍କ ସ୍ବାସ୍ଥ୍ୟବସ୍ଥା ବୁଝି ଚିକିତ୍ସିତ କଥା ବୁଝିବା ସହ ଗ୍ରାମର ଅନ୍ୟ ଦୁଇ ଯୁବକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି।

new life
You might also like
error: Content is protected !!