News
WhatsApp Image 2023-10-04 at 17.25.00
samparksetu

ଦୁଇବର୍ଷ ହେଲା କୋଟଗରା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା !

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୋଟଗରା ପଞ୍ଚାୟତର ସାଳିଆ ଗ୍ରାମରେ ୨ ରୁ ୩ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା ଉପସ୍ବାସ୍ଥ୍ୟ କେନ୍ଦ୍ର । ଏଠି ପାଇଁ ଯେ ଏହି ଗ୍ରାମ ଉପରେ ପାଖାପାଖି ୧୦ ଟି ଗ୍ରାମର ୫୦୦୦ ହଜାର ରୁ ଉର୍ଧ ଲୋକ ଏହିଠାରେ ନିଜର ପ୍ରାଥମିକ ଚିକିତ୍ସାର ସୁବିଧା ପାଇପାରିବେ ସେ ଲକ୍ଷ୍ୟ ନେଇ ପ୍ରାୟ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ଏମିତିକି ଏଠାରେ କେନ୍ଦ୍ରରେ ଡ୍ୟୁଟି କରୁଥିବା କର୍ମଚାରିଙ୍କ ପାଇିଁ ରହିବାର ସୁବିଧା ମଧ୍ୟ କରାଯାଇଥିଲା । ହେଲେ ଏତେସବୁ ପରେ ମଧ୍ୟ କେନ୍ଦ୍ରଟି ନିର୍ମାଣ ହେବାର ପରଠାରୁ ଗୋଟିଏ ଦିନ ବି ଚାଲିପାରିଲା ନାହିଁ । ସ୍ବାସ୍ଥ୍ୟ ସେବା ପାଇବା ପାଇିଁ ହେଲେ ୧୦ ରୁ ୧୨ କିମି ଯିବାକୁ ପଡେ । ପୂଣି ସେଠାରେ ଲମ୍ବା ଲାଇନରେ ଠିଆ ହୋଇ ଡାକ୍ତରଙ୍କୁ ଦେଖାଇବାକୁ ପଡେ ।ଯାହା ଫଳରେ କେନ୍ଦ୍ର ପରିସରରେ ଅନାବନା ଗଛ ଉଠି ଘରର ଉପରକୁ ମାଡିଗଲାଣି । କେନ୍ଦ୍ରଟି ଏକ ପ୍ରକାର ଜଙ୍ଗଲରେ ପରିଣତ ହୋଇଗଲାଣି । ରକ୍ଷଣ ବେକ୍ଷଣ କରିବାକୁ କେହି ନଥିବାରୁ କେନ୍ଦ୍ରରେ ଲାଗିଥିବା ଲାଇଟ ଗୁଡିକ ମଧ୍ୟ ଚୋରି ହୋଇଗଲାଣି ତା ସହ ଉପସ୍ବାସ୍ଥ୍ୟ କେନ୍ଦ୍ରଟି ଏକ ପ୍ରକାର ଅସାମାଜିକ ଯୁବକଙ୍କ ଆଡାସ୍ଥଳି ପାଲଟି ଗଲାଣି ହେଲେ ଏହି ଏନ ଏମ ମ୍ୟାଡ଼ାମ ଙ୍କ ର ଦେଖା ମିଳୁନି ।

new life
You might also like
error: Content is protected !!