News
WhatsApp Image 2023-10-04 at 17.25.00
samparksetu

ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ମିଳୁଛି ପୋକ ସାଲୁବାଲୁ ବାଦାମ ଲଡୁ !

ସରକାର ଶିଶୁ, ଗର୍ଭବତୀ ମହିଳା ମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମ ରେ ପୃଷ୍ଟିକର ଖାଦ୍ୟ ଅଣ୍ଡା,ଚତୁଆ,ବାଦାମ ଲଡୁ ପ୍ରଭୃତି ଯୋଗାଇ ଦେଇଥାନ୍ତି ।ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ର ବିରିବୋଲେଇ ଗ୍ରାମ ପଞ୍ଚାୟତ ସୋଲ ଗାଁ ର ଅଙ୍ଗନବାଡ଼ି କେନ୍ଦ୍ର ରେ ଯେଉଁ ବାଦାମ ଲଡୁ ଦିଆ ଯାଉଛି ସେଥିରେ ପୋକ ଦେଖିବାକୁ ମିଳିଛି । ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଲିଛି ।

ସୂଚନା ଅନୁଯାୟୀ , ଅଙ୍ଗନବାଡ଼ି ଦ୍ୱାରା ଗର୍ଭବତୀ ଓ ପ୍ରସୂତୀ ମହିଳା ଙ୍କୁ ପ୍ରତ୍ୟେକ ମାସ ରେ ଛତୁଆ ସହ ଗୋଟେ ପ୍ୟାକେଟ ବାଦାମ ଲଡୁ ଦିଆଯାଇଥାଏ। ପ୍ରତି କେନ୍ଦ୍ର କୁ ଏହା ୨୫ ତାରିଖ ରୁ ୩୦ ତାରିଖ ମଧ୍ୟ ରେ ପହଞ୍ଚିଥାଏ । ଏବଂ ୧ ତାରିଖ ରେ ନିଶ୍ଚୟ ଭାବରେ ପ୍ରତ୍ୟେକ କେନ୍ଦ୍ର ରେ ମଧ୍ୟ ବାଣ୍ଟିବା କଥା,ହେଲେ ସୋଲ ଗାଁ ଅଙ୍ଗନବାଡ଼ି କେନ୍ଦ୍ର କୁ ଏହା ଗତ ୧୪ ତାରିଖ ରେ ଯୋଗାଇ ଦିଆଯାଇଛି ।

ଏହି ବାଦାମ ଲଡୁ ପ୍ୟାକେଟ ରେ ୨୫ ତି ଲଡୁ ରହୁଚି,ସେହି ବାଦାମ ଲଡୁ ସମ୍ପୂର୍ଣ୍ଣ ଭାବେ ପୋକ ସାଲୁ ଵାଲୁ ଦେଖିବାକୁ ମିଳିଥିଲା । ତେବେ ପୋକ ସଲୁ ବାଲୁ ଦେଖି ଗର୍ଭବତୀ ମହିଳା ମାନେ ଆଉ ନେବାକୁ ମଧ୍ୟ ଆସିନଥିଲେ ।

ଏହାକୁ ଗାଈ , ଗୋରୁ ଖାଇବାକୁ ଉପଯୁକ୍ତ ହୋଇ ନଥିବା ବେଳେ ଏହାକୁ କିଭଳି ଭାବରେ ବଣ୍ଟନ କରାଯାଉଛି ତାହା ନିଶ୍ଚିତ ଭାବରେ ତଦନ୍ତ ସାପେକ୍ଷ । ତେବେ ର ନେଇ ଆମେ ଅଧିକାରୀ ସହ ଯୋଗାଯୋଗ କରିବାକୁ ସେ ଏ ନେଇ କିଛି କହିବାକୁ ମନା କରିଦେଇଥିଲେ ।

new life
You might also like
error: Content is protected !!