News
WhatsApp Image 2023-10-04 at 17.25.00
samparksetu

ନୂଆ ଶିକ୍ଷାନୀତିରେ ଗବେଷଣା ପାଇଁ ଆଗାମୀ ୫ ବର୍ଷରେ ଖର୍ଚ୍ଚ ହେବ ୫୦ ହଜାର କୋଟି : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଘୋଷଣା ହୋଇଛି ନୂଆ ଜାତୀୟ ଶିକ୍ଷା ନୀତି
ଭାରତ ସରକାର ଦେଶରେ ଗବେଷଣା ପରିସଂସ୍ଥାନ ହେବ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ । ଏହା ଅନ୍ତର୍ଗତ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ (ଏନଆରଏଫ) ଗଠନ କରିବା ସହ ଆଗାମୀ ୫ ବର୍ଷ ମଧ୍ୟରେ ୫୦ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବାର ଯୋଜନା ରଖିଛନ୍ତି ବୋଲି ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦେଶରେ ଗବେଷଣା ପରିସଂସ୍ଥାନକୁ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ କରିବା ପାଇଁ ସରକାର ଏକ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏନଆରଏଫ ଏପରି ଏକ ଅଭିନବ ସଂରଚନା ପ୍ରସ୍ତୁତ କରିବ, ଯାହା ଗବେଷଣା ଏବଂ ବିକାଶ ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବ । ଆଗାମୀ ୫ ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ଅନୁସନ୍ଧାନ ଫାଉଣ୍ଡେସନ ବା ଏନଆରଏଫରେ ୫୦ ହଜାର କୋଟି ଟଙ୍କା ବ୍ୟୟର ପ୍ରସ୍ତାବ ହୋଇଛି । ଏନଆରଏଫର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିକ୍ଷାନୁଷ୍ଠାନ ବିଶେଷ ଭାବରେ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ସାମଗ୍ରିକ ଗବେଷଣା ବ୍ୟବସ୍ଥାକୁ ଅଧିକ ସଦୃଢ଼ କରିବ ।

ଏନଆରଏଫ ପ୍ରାସଙ୍ଗିକ ମନ୍ତ୍ରଣାଳୟ, ବିଭାଗ ଏବଂ ସରକାରୀ ତଥା ଅଣସରକାରୀ ସଂସ୍ଥା ବିଶେଷ ଭାବରେ ଉଦ୍ୟୋଗ ସହ ମିଳିତ ଭାବେ ଅଧିକ ପ୍ରଭାବୀ, ବୃହତ ଆକାରର ଏକାଧିକ ଗବେଷକ, ଏକାଧିକ ଅନୁଷ୍ଠାନ, ଅନ୍ତଃବିଷୟ ଗବେଷଣାକୁ ଅନୁଦାନ ଦେବା ସହ ସହଯୋଗ କରିବ ବୋଲି ମନ୍ତ୍ରୀ କହିଛନ୍ତି ।

ଦୀର୍ଘ ୩୪ ବର୍ଷ ପରେ ୨୯ ଜୁଲାଇ ୨୦୨୦ରେ ଭାରତ ସରକାର ଜାତୀୟ ଶିକ୍ଷା ନୀତି,୨୦୨୦ ଘୋଷଣା କଲେ । ଶିକ୍ଷା କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିବା ଏହାର ଲକ୍ଷ୍ୟ ଥିଲା । ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଶିକ୍ଷା କ୍ଷେତ୍ରରେ ଆଞ୍ଚଳିକ ଭାଷାକୁ ଅଗ୍ରାଧିକାର ଦେଇ ଏହାର ବ୍ୟବହାର କରିବା । ଏହି ପରିପ୍ରେକ୍ଷୀରେ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ମେଡ଼ିକାଲ ପ୍ରବେଶିକା ପାଇଁ ଅନୁଷ୍ଠିତ ନିଟ୍ ପରୀକ୍ଷା ୧୧ଟି ଭାଷାରେ ହେଉଥିବା ବେଳେ ଏବେ ଛାତ୍ରଛାତ୍ରୀମାନେ ୧୩ଟି ଭାଷାରେ ପରୀକ୍ଷା ଦେବେ । ପୂର୍ବରୁ ୩ଟି ଭାଷାରେ ଅନୁଷ୍ଠିତ ହେଉଥିବା ଜେଇଇ(ମେନ୍) ପରୀକ୍ଷା ବର୍ତ୍ତମାନ ୧୩ଟି ଭାଷାରେ କରାଯିବ ।

ଅନୁରୂପ ଭାବରେ ୨୦୨୧-୨୨ ଶିକ୍ଷା ବର୍ଷରେ ଏଆଇସିଟିଇ ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନ ଗୁଡ଼ିକରେ ପରୀକ୍ଷାମୂଳକ ଭାବରେ ୮ଟି ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷା ପ୍ରଦାନ କରାଯିବ । ସ୍ୱୟମ୍ ପ୍ଲାଟଫର୍ମ ମାଧ୍ୟମରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଆଞ୍ଚଳିକ ଭାଷାରେ ଅନୁବାଦିତ ବିଷୟବସ୍ତୁ ପ୍ରସ୍ତୁତ କରାଯିବ । ଏହା ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା, ମାନବିକ ଓ ସମାଜିକ ବିଜ୍ଞାନ, ଆଇନ, ମ୍ୟାନେଜମେଣ୍ଟ ଭଳି ବିଷୟରେ ଏହି ପ୍ଲାଟଫର୍ମ ଅନଲାଇନ ପାଠ୍ୟକ୍ରମ ପ୍ରଦାନ କରିଆସୁଛି । ସେହିପରି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରିବା ପାଇଁ ଇଚ୍ଛୁକ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ଏଆଇସିଟିଇ ହ୍ୟାଣ୍ଡବୁକ୍ ପ୍ରସ୍ତୁତ କରାଯାଇଛି ।

“ଏଆଇସିଟିଇ ଟ୍ରାନ୍ସଲେସନ ଅଟୋମେସନ ଆଟିଫିସେଲ ଇଣ୍ଟେଲିଜେନ୍ସ ଟୁଲ୍” ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଭାଷାର ଅନଲାଇନ ପାଠ୍ୟକ୍ରମକୁ ସ୍ଥାନୀୟ ଭାଷା ଯଥା ହିନ୍ଦୀ, ବଙ୍ଗାଳୀ, ମରାଠୀ, ତେଲୁଗୁ, ତାମିଲ, ଗୁଜୁରାଟୀ, କନ୍ନଡ଼, ମାଲାୟାଲାମ, ପଞ୍ଜାବୀ, ଆସାମୀ, ଓଡ଼ିଆ ଭାଷାରେ ଅନୁବାଦ କରୁଛି । ହରିୟାଣା ସରକାର ଏବଂ ଏଆଇସିଟିଇ ମଧ୍ୟରେ ହିନ୍ଦୀରେ ୧ ହଜାର ପୁସ୍ତକ ପ୍ରକାଶ କରିବା ପାଇଁ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଛି । ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଷ୍ଟୁଡେଣ୍ଟ ଇଣ୍ଡକ୍ସନ ପ୍ରୋଗ୍ରାମ(ଏସଆଇପି)କୁ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

new life
You might also like
error: Content is protected !!