News
WhatsApp Image 2023-10-04 at 17.25.00
samparksetu

ସଂକଟରେ କୁମ୍ଭାର କାରିଗର ; ଭାଙ୍ଗିରୁଜି ଗଲାଣ ଭାଟି, ବିକ୍ରି ହୋଇପାରୁନି ସାମଗ୍ରୀ

କରୋନା ରେ ଜୀବନଜୀବିକା ପ୍ରଭାବିତ ହୋଇ ପଡିଛି । ଏହି କ୍ଷେତ୍ରରେ ଘୋର ସଂକଟ ରେ କାଳାତିପାତ କରୁଛନ୍ତି କୁମ୍ଭାର ପରିବାର।ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାଲିକୁମା ପଞ୍ଚାୟତର କୋଇ କୁମ୍ଭାର ସାହିରେ ହାଣ୍ଡି ମାଠିଆ ଗଢିବା ବିକ୍ରି କରିବାପେଷା ଏହି କୁମ୍ଭାର କାରିଗରଙ୍କର ,ଯାହା ଦୁଇ ପଇସା ମିଳେ ପରିବାର ଚଳେ।

ଘରର ପୁରୁଷ ମାନଙ୍କୁ ମହିଳା ମାନେ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କରନ୍ତି ,ଏପରିକି ମାଟି ଆଣିବା, ଦଳିବା, ଚକଟିବା ସହ ହାଣ୍ଡି ଗଢିବା କାର୍ଯ୍ୟ କରିଥାନ୍ତି। ଏବେ କରୋନା ମହାମାରୀ
ପାଇିଁ ଭାଟି ଅଚଳ ହୋଇଯାଇଛି ।

କେତେ ଭାଟି ଭାଙ୍ଗିରୁଜି ଗଲାଣି,ତ ଆଉ କେତେ ଭାଟିକୁ କଳା ଜରିପାଲ ତଳେଘୋଡାଇ ସାଇତି ରଖିଛନ୍ତି କାରିଗର।
ଯେଉଁ କେତେ ମାଟି ଜିନିଷ ଗଢା ହୋଇ ରହିଛି
କଟକଣା ହେତୁ ବିକ୍ରି ହୋଇ ପାରୁନାହିଁ,ଭାଟିପାଇଁ ବ୍ୟବହୃତ ଗଦାଗଦା କାଠ ପଡିରହିଛି ।

ଏହି କାରିଗର ମାନେ ପୂଜା କଳସି ଫୁଲକୁଣ୍ଡ,ଗଢିବା ସହ ନିଜପାଇଁ ଆବଶ୍ୟକୀୟ ହାଣ୍ଡିମାଠିଆ ଗଢୁଛନ୍ତି,ହାଟ ବଜାର ଏତେ ମାତ୍ରାରେ ବିକ୍ରି ନହେବାରୁ ରୋଜଗାର ଶୂନ୍ୟ ହୋଇପଡିଛନ୍ତି ଏମାନେ ।

ଏବେ ତାଙ୍କର ଗୋଟିଏ ଚିନ୍ତା କିଭଳି ଦୁଇ ମୁଠା ,ଦୁଇଓଳି ଖାଇବା ପରିବାରକୁ ଯୋଗାଇବା। ବର୍ତ୍ତମାନ ଏମାନେ ସରକାରୀ ସାହାଯ୍ୟ କୁ ଅନାଇ ବସିଛନ୍ତି ।

new life
You might also like
error: Content is protected !!