ଢେଙ୍କାନାଳ ଜିଲ୍ଲା ମୋଟଗାଁ ଥାନା ନିମବାହାଳି ଛକ ରେ ଆଜି ଏକ ଟିପ୍ପର ଏକ ବାଇକ କୁ ଧକ୍କା ଦେବା ଫଳରେ ବାଇକ ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ଚାଳକ ଜଣଙ୍କ ଵଦାଳୁ ଗ୍ରାମର ପ୍ରଶାନ୍ତ କୁମାର ସାହୁ (୨୫)ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ , ପ୍ରଶାନ୍ତ ନିଜ ବାଇକ ଯୋଗେ ଅନୁଗୋଳ ଆଡୁ ଆସୁଥିବା ବେଳେ ଗୁଡ଼ିଆକାଟେଣି ରୁ ଆସୁଥିବା ଏକ ଟିପ୍ପର ତାଙ୍କୁ ନିମବାହାଳି ଛକ ନିକଟରେ ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।
ମୋଟାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମେଡିକାଲକୁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।