News
WhatsApp Image 2023-10-04 at 17.25.00
samparksetu

ଲଗାଣ ବର୍ଷାରେ ଭାଙ୍ଗିଲା ୬୦ ବର୍ଷର କୂଅ; ପାନୀୟ ଜଳ ପାଇଁ ହନ୍ତସନ୍ତ ଗ୍ରାମବାସୀ

ପରଜଙ୍ଗ ବ୍ଲକ୍ କଲଦା ପଞ୍ଚାୟତର ସିଂହଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏକ ୬୦ ବର୍ଷୀୟ କୂଅ ରବିବାର ଲଗାଣ ବର୍ଷାରେ ଭୁଶୁଡ଼ି ପଡିଛି । ଉକ୍ତ ଗ୍ରାମର ୨୦୦ ପରିବାର ପାନୀୟ ଜଳ ପାଇଁ ଉକ୍ତ କୂଅ ଉପରେ ନିର୍ଭର କରନ୍ତି ।

ଲଗାଣ ବର୍ଷାରେ ମାଟି ଅତଡ଼ା ଖସି କୂଅଟି ଭଶୁଡ଼ି ପଡିଛି । ଗ୍ରାମରେ ବସୁଧା ଯୋଜନା ଥିଲେ ମଧ୍ୟ ନିୟମିତ ଭାବରେ ପାଣି ଆସୁନଥିବାରୁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି । କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

new life
You might also like
error: Content is protected !!