News
WhatsApp Image 2023-10-04 at 17.25.00
samparksetu

ନାଳରୁ ନିଖୋଜ ଵ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଶିଳ୍ପ ତାଲିମ କେନ୍ଦ୍ର ନିକଟରେ ଥିବା ଏକ ନାଳରୁ ଏଜି ଜଣେ ବ୍ୟକ୍ତିଙ୍କ ମୃତଦେହ କୁ ଉଦ୍ଧାର କରିଛି ପରଜଙ୍ଗ ପୋଲିସ । ମୃତକ ଜଣଙ୍କ ଗଣ୍ଡତଇଳା ଗ୍ରାମର ଶ୍ରୀନିବାସ ଖଟୁଆ (୫୫) ।

ସୂଚନା ଅନୁଯାୟୀ , ଶ୍ରୀନିବାସ ଗତ ୩ ଦିନ ହେବ ଘରୁ ନିଖୋଜ ଥିଲେ । ଆଜି ଶିଳ୍ପ ତାଲିମ କେନ୍ଦ୍ର ପଛ ପାଖରେ ଥିବା ଏକ ନାଳରେ ସ୍ଥାନୀୟ ଲୋକ ଏକ ଶବ ଭାସୁଥିବାର ଦେଖି ଥାନାରେ ସୂଚନା ଦେଇଥିଲେ । ପରେ ପୋଲିସ ପହଁଚି ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ଶ୍ରୀନିବସ ଗାଧେ।ଇ ଯାଇଥିବା ବେଳେ ତାଙ୍କ ଗୋଡ଼ ଖସି ତାଙ୍କର ମୃତ୍ୟୁ ହୋଇ ଥିବାର ଅନୁମାନ କରାଯାଉଛି ।

new life
You might also like
error: Content is protected !!