News
WhatsApp Image 2023-10-04 at 17.25.00
samparksetu

ଅଧା ରହିଗଲା ଘର ବାହୁଡା, ଟ୍ରକ ଧକ୍କା ରେ ବାଇକ୍ ଚାଳକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଏନଏଚ ୫୩ ହାତିଲୁଚାଣି ନିକଟରେ ଏକ ବାଇକ୍ କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍ । ଘଟଣା ସ୍ଥଳରେ ହିଁ ବାଇକ୍ ଚାଳକ ଙ୍କ ମୃତ୍ୟୁ । ମୃତକ ହେଲେ ପରଜଙ୍ଗ ଥାନା ବାରିହାପୁର ଗ୍ରାମର ଆର୍ତବନ୍ଧୁ ବିଶ୍ବାଳ । ସେ ଜଣେ ଏମସିଏଲ କର୍ମଚାରି। ସବୁଦିନ ଭଳି ଆଜି ସେ ସକାଳୁ ତାଳଚେର ଡ୍ୟୁଟିରୁ ଫେରୁଥିଲେ ।

ଟ୍ରକଟି ଚଣ୍ଡିଖୋଲ ଅଞ୍ଚଳରର , ଯାଜପୁର କାଳିଆପାଣିରୁ ଆଇରନ ଲୋଡ କରି ସମ୍ବଲପୁର ଯାଉଥିଲା । ତେବେ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହିତ ଚାଳକକୁ ଗିରଫ କରିଥିବାର ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶ୍ରୀ ସୈାଭାଗ୍ୟ କୁମାର ସ୍ୱାଇଁ ।

new life
You might also like
error: Content is protected !!