News
WhatsApp Image 2023-10-04 at 17.25.00
samparksetu

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ; ପୋଲିସ ଅଭିଯୋଗ ନ ରଖିବାରୁ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ଢେଙ୍କାନାଳ ସଦର ଥାନା ଅଂଚଳର ଜଣେ ୧୫ବର୍ଷର ଦଳିତ ନାବାଳିକାକୁ ଟେକିନେଇ ଦୁଷ୍କର୍ମ କରାଯାଇଥିବା ପରି ଲଜ୍ୟାଜନକ ଘଟଣା ଘଟିଛି । ମାତ୍ର ସଦର ପୋଲିସ ଅଭିଯୋଗ ନରଖି ପିଡିତାକୁ ପାଲଟା ଜୁଲମ କରିଥିବାରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ଫଳରେ ପିଡିତା ପରିବାର ଜିଲ୍ଲା ଏସପିଙ୍କ ଦ୍ୱାରସ୍ଥ ହେବା ପରେ ଢେଙ୍କାନାଳ ସଦର ଥାନା ପୋଲିସର ଅସଲ ଚେହେରା ପଦାକୁ ଆସିଛି । ତେବେ ଏସ.ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ପୁଲିସ ଟିମ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଂଚଳର ତାଳବରକୋଟ ଅଂଚଳରେ ଏପରି ଲଜ୍ୟାଜନକ ଘଟଣା ଘଟିଛି । ଗତ କାଲି ଅପରାହ୍ନରେ ଏହି ୧୫ବର୍ଷିଆ ପିଡିତାଙ୍କୁ ଘର ପଛପଟେ ଏକୁଟିଆ ପାଇ ତାଳ ବରକୋଟ ଗ୍ରାମର ଚିକୁ ବେହେରା ନାମକ ଯୁବକ ତାଙ୍କୁ ଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ପରେ ଢେଙ୍କାନାଳ ସଦର ଥାନାରେ ଦୁଃଷ୍କର୍ମର ଶିକାର ହୋଇଥିବା ଦଳିତ ନାବାଳିକାଙ୍କୁ ଦୁଃବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ରଖିବା ଦୂରର କଥା ପାଲଟା ପିଡିତା ଓ ତାର ପରିବାରକୁ ଜୁଲମ କରି ଡ଼ରାଇ, ଧମକାଇ ଫେରାଇ ଦେଇଥିବା ଅଭିଯୋଗ କରିଛନ୍ତି ପିଡିତାର ପରିବାର । ଦୁଃଷ୍କର୍ମ ପିଡିତା ନ୍ୟାୟ ପାଇଁ ପରିବାର ଲୋକଙ୍କ ସହିତ ଢେଙ୍କାନାଳ ଏସ ପି ଙ୍କ ଦ୍ବାରସ୍ଥ ହେବା ପରେ ଘଟଣାର ଅନୁସନ୍ଧାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ ପି ପ୍ରତିଶୃତି ଦେଇଛନ୍ତି।

ଜଣେ ଦଳିତ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଢେଙ୍କାନାଳ ସଦର ଥାନା ପୋଲିସର ଏପରି କାର୍ଯ୍ୟକଳାପ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

new life
You might also like
error: Content is protected !!