News
WhatsApp Image 2023-10-04 at 17.25.00
samparksetu

ହକି ହବରେ ଅସହାୟ ହକି ମାଷ୍ଟର ;୭୩ ବର୍ଷରେ ଖୋଜୁଛନ୍ତି ବଞ୍ଚିବାର ରାହା

ହକି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରସଂଶା ଆଉ ଶୁଭେଚ୍ଛାର ଅଭିନନ୍ଦନ ଦେବାରେ ବ୍ୟସ୍ତ।ସତ କହିଲେ ହାରିବା ଲୋକକୁ ପଚାରେ କିଏ ନା ବୟସ ଚାଲିଗଲେ ମନେ ରଖେ କିଏ ?ହକି ପାଇଁ କୋଟି କୋଟି ଟଙ୍କାର ବ୍ୟୟବରାଦ।ଉଡୁଛି ଟଙ୍କା ଉଡୁଛି ତ୍ରିରଙ୍ଗା। କିନ୍ତୁ ଗତ କାଲିର ହକି ଖେଳାଳୀ ଜୀବନର ଅପରାହ୍ନରେ ବଞ୍ଚିବାର ରାହା ଖୋଜୁଛନ୍ତି।

ବହୁ ଜାତୀୟ ଅନ୍ତର୍ଜାତୀୟ ଖେଳର କିମ୍ବଦନ୍ତୀ ପୁରୁଷ ଖଣ୍ଡେ ଘର ପାଇଁ ଆଜି ବେସାହାରା ହୋଇ ପଡିଛନ୍ତି।ତାଙ୍କୁ ଥରେ ମନେ ପକାଇବାତ ଦୂରର କଥା ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଭୁଲିଯାଇଛନ୍ତି ଏପରି ଜଣେ ଖେଳାଳିଙ୍କୁ ବିଗତ ଦିନରର ହକି ଷ୍ଟିକର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଖେଳାଳି ଏବେ ଦୁର୍ଦ୍ଦିନରେ ।

ଏମିତି ଜଣେ ଖେଳାଳୀ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଚନ୍ଦ୍ରଶେଖର ପୁରର ଗିରିଧାରୀ ସାମଲ। ହକି ମାଷ୍ଟର ଭାବରେ ସୁନାମ ଅର୍ଜନ କରିଥିବା ଏହି ଖେଳାଳୀ ଙ୍କ ଘର ଗୋଟେ ଖପରଲୀ ଘର। ହକି ଦଳର ଦ୍ରୋଣାଚାର୍ଯ୍ୟ ଭାବରେ ସୁନାମ ଆଣିଥିବା ଏହି ଖେଳାଳି ଏବେ ବଞ୍ଚିବାର ରାହା ଖୋଜୁଛନ୍ତି।ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ପଟ୍ଟଶିଷ୍ୟ ଭାବରେ ପରିଚିତ ଗିରିଧାରୀ ସାମଲ ମାତ୍ର ସାତ ବର୍ଷରୁ ହକି ଷ୍ଟିକ ସହିତ ଖେଳ ଆରମ୍ଭ କରିଥିଲେ।

୧୯୬୪-୬୫ ମସିହାରେ ଜାତୀୟ ଦଳରେ ସ୍ଥାନ ପାଇବା ସହିତ ସର୍ଵ ଭାରତୀୟ ବିଶ୍ୱବିଦ୍ୟାଳୟ ହକି ର ସେ ଥିଲେ ମୁଖ୍ୟ ଚୟନ କର୍ତ୍ତା।୧୯୮୦ମସିହାରେ ପ୍ରଥମ ଓଡ଼ିଆ ଭାବରେ ଭାରତୀୟ ହକି ଦଳର ପ୍ରଶିକ୍ଷକ ଭାବରେ ଦାଇତ୍ୱ ନିର୍ବାହ କରିଥିଲେ।ଶ୍ରେଷ୍ଠ କ୍ରୀଡ଼ା ପ୍ରଶିକ୍ଷକ ଭାବରେ ପୁରସ୍କୃତ ହୋଇଥିଲେ ଗିରିଧାରୀ। କିନ୍ତୁ ହକିର ହବ କୁହାଯାଉଥିବା ଓଡ଼ିଶା ମାଟିରେ ଏକି ସମ୍ମାନ ।

ତାଙ୍କୁ ବୟସ ଛୁଇଁଲାଣି ୭୩ ,ଦେହ ହାତର ବଳ କମି ଆସିଲାଣି ,ଏ ବୟସ ରେ ଘରୁ ବାହାରିବା କଷ୍ଟ କର ହୋଇ ପଡ଼ିଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ଅସହାୟ।

ଦୀର୍ଘ ଚାଳିଶ ବର୍ଷ ପରେ ଭାରତୀୟ ଦଳ ହକିରେ ସୁନାମ ଅର୍ଜନ କରିବାକୁ ସେ ସ୍ୱାଗତ କରୁଥିବା ବେଳେ ନିଜେ କିନ୍ତୁ ନିଜ ମାଟିରେ ଅସହାୟ ହୋଇ ରହିଛନ୍ତି। ଓଡ଼ିଶାକୁ ହକିର ହବ ଭାବରେ ଘୋଷଣା କରୁଥିବା ସରକାର ଙ୍କର ଜଣେ ବର୍ଷିୟାନ ଖେଳାଳୀଙ୍କ ପ୍ରତି ଏ କି ମାନସିକତା।ହୁଏ ତ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଗାଁ ମାଟିରେ ମାଟିକୁ ଜାବୁଡ଼ି ଧରିଥିବା ଏ ଖେଳାଳିଙ୍କୁ ଟିକେ ମନେ ପକାନ୍ତୁ ତ।

new life
You might also like
error: Content is protected !!