News
WhatsApp Image 2023-10-04 at 17.25.00
samparksetu

ବାପା ଥିଲେ ରୋଷେୟା , ପୁଅ ଏବେ ଆଇଏସଏସ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ତଳବେରଣା ଗ୍ରାମର ଶ୍ରୀ ପ୍ରଫୁଲ୍ଲ ଦାସ ଏବଂ ଝରଣା ଦାସ ଙ୍କ ୨ୟ ପୁତ୍ର ଡ଼ଃ ପ୍ରଭାତ ଦାସ ୟୁପିଏସସି ଅଧୀନରେ ଥିବା ଆଇଏସଏସ ୨୦୨୦ ପରୀକ୍ଷାରେ ସଫଳତା ଅର୍ଜନ କରି ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ଵ ଆଣିଛନ୍ତି ।

ସର୍ଵଭାରତୀୟ ସ୍ତରରେ ଆଇ ଏସ ଏସ ପାଇଁ ଓଡ଼ିଶାରୁ ଏକମାତ୍ର ପରୀକ୍ଷାଥ୍ରୀ ଭାବରେ ଯୋଗ୍ୟ ବିବେଚିତ ହୋଇଥିବା ଢେଙ୍କାନାଳ ଜିଲ୍ଲାର ପ୍ରଥମ ବ୍ୟକ୍ତି ହୋଇଥିବା ବେଳେ ସର୍ବ ଭାରତୀୟ ସ୍ଥରରେ ସେ ୫୦ ରାଙ୍କ ରଖିଛନ୍ତି ।

ଖବରରୁ ପ୍ରକାଶ ,ପ୍ରଭାତ ଜଣେ ମେଧାବୀ ଛାତ୍ର ଭାବରେ ପିଲାଦିନରୁ ଆଜି ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀରେ ପ୍ରଥମ ହୋଇ ଆସିଛନ୍ତି। ତଲାବେରଣା ଗ୍ରାମରୁ ଭାରତ ସରକାରଙ୍କ ପ୍ରମୁଖ ପରିସଂଖ୍ୟନ ରେ ସର୍ବଭାରତୀୟ ଅଧିକାରୀ ଭାବରେ ଯୋଗ ଦେବାକୁ ଯାଉଥିବା ପ୍ରଭାତ ଙ୍କ ଜୀବନ ସଂଘର୍ଷମୟ। ବାପା ଜଣେ ରୋଷେୟା ଥିଲେ ଏବଂ ପୁଅକୁ ବହୁତ ଦୁଃଖ କଷ୍ଟରେ ପାଠ ପଢ଼ାଇଛନ୍ତି ।

ଉତ୍କଳ ବିଶ୍ଵବିଦ୍ୟାଳୟରୁ ପରିସଂଖ୍ୟନରେ ସ୍ନାତକ ଡିଗ୍ରୀ ହାସଲ ପରେ ପିଏଚଡି ହାସଲ କରିଥିବା ଡକ୍ଟର ପ୍ରଭାତ ବୌଦ୍ଧ ଜିଲ୍ଲା କଲେଜ ରେ ସେହି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ ଯୋଗ ଦେଇ ବର୍ତ୍ତମାନ କାର୍ଯ୍ୟରତ।

ପ୍ରଭାତଙ୍କ ଏହି ବିରଳ ସଫଳତା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି ଏବଂ ପ୍ରଭାତଙ୍କ ଏହି ସଫଳତା ପାଇଁ ଢେଙ୍କାନାଳ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି l

new life
You might also like
error: Content is protected !!