News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ରକ୍ତଭଣ୍ଡାର କେନ୍ଦ୍ରରେ ବ୍ୟାପକ ଅନିୟମିତତା, ନାହାନ୍ତି ଆବଶ୍ୟକ ପରିମାଣର କର୍ମଚାରୀ

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାରରେ ରକ୍ତ ଖାଲି ହେବାରେ ଲାଗିଛି । ଏପରିକି ଅତ୍ୟାବଶ୍ୟକ ସ୍ଥଳେ ମଧ୍ୟ ରୋଗୀଙ୍କୁ ଦେବା ପାଇଁ ରକ୍ତ ନାହିଁ । ପ୍ରତି ବର୍ଷ ଗ୍ରୀଷ୍ମରେ ଏଭଳି ରକ୍ତ ସଂକଟ ଦେଖାଦେଇଥାଏ । ସଂଗ୍ରହ ଠାରୁ ଆବଶ୍ୟକତା ପରିମାଣ ଅଧିକ ରହୁଥିବା ହେତୁ ଏବେ ରକ୍ତ ଭଣ୍ଡାରରେ ଉତକଟ ସମସ୍ୟା ସୃଷ୍ଟି ହୋଇଛି। ଅନ୍ୟପଟେ ଏହାର ମୁକାବିଲା ପାଇଁ ରକ୍ତ ଭଣ୍ଡାର କୌଣସି ପ୍ରକାର ପଦକ୍ଷେପ ନେଉନଥିବା ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ଢେଙ୍କାନାଳ ରକ୍ତଭଣ୍ଡାରରେ ବ୍ୟାପକ ଅନିୟମିତତା ଦେଖା ଦେଇଛି । ରକ୍ତ ଆବଶ୍ୟକୀୟ ବ୍ୟକ୍ତି ଙ୍କ ଅଭିଯୋଗ ଅନୁଯାୟୀ ରକ୍ତଦାତାଙ୍କ ପ୍ରାକ ପରୀକ୍ଷଣ ହେଉ ନାହିଁ ଯାହା ଫଳରେ ରୋଗୀ ନୂତନ ଏକ ରୋଗରେ ପଡ଼ିବାର ଆଶଙ୍କା ରହିଅଛି । ସେହିପରି ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରରେ ସମୟରେ ଅଧିକାରୀ ସେଠାରେ ଉପସ୍ଥିତ ରହୁନଥିବା ଅଭିଯୋଗ କରିଛନ୍ତି ଆୟୋଜକ । ଯାହାଫଳରେ ରକ୍ତଦାତା ଙ୍କ ପ୍ରାକ୍ ପରୀକ୍ଷାଣ ତ ଦୁରର କଥା ରକ୍ତଚାପ ମଧ୍ୟ ମପା ହେବା ସମ୍ଭବ ହେଉନାହିଁ । ଆବଶ୍ୟକୀୟ ପରିମାଣ ର କର୍ମଚାରୀ ଅଭାବରୁ ଏଭଳି ଅନିୟମିତତା ଦେଖାଯାଏ ବୋଲି କିଛି ବରିଷ୍ଠ ଡାକ୍ତର ନିଜର ମତ ପ୍ରକାଶ କରିଛନ୍ତି ।

ଅଧିକାରୀ ଙ୍କ ଯୋଗାଯୋଗ ନମ୍ବର ସାର୍ବଜନୀନ ହେଉନଥିବାରୁ ଏନେଇ ଅଧିକାରୀ ଙ୍କୁ ଅଭିଯୋଗ କରିବାପାଇଁ ମଧ୍ୟ କୌଣସି ବାଟ ପାଉନାହାନ୍ତି ଅଭିଯୋଗକାରୀ । ଅନ୍ୟପଟେ ରକ୍ତଭଣ୍ଡାର ଅଧିକାରୀ ଶ୍ରୀ ଜୟ ନାରାୟଣ ପାଢ଼ୀ ବହୁ ମାସ ତଳୁ ବଦଳି ହୋଇଯାଇଥିଲେ ମଧ୍ୟ ଫଳକରେ ନୂତନ ଅଧିକାରୀଙ୍କ ଫଳକ ଲଗାଯାଉ ନାହିଁ ।

new life
You might also like
error: Content is protected !!