News
WhatsApp Image 2023-10-04 at 17.25.00
samparksetu

ସ୍ୱୟଂଶାସିତ ମହାବିଦ୍ୟାଳୟ ଡିଗ୍ରୀ ପରୀକ୍ଷା ଫଳ ପ୍ରକାଶିତ

ଢେଙ୍କାନାଳ ସ୍ୱୟଂଶାସିତ ମହଵିଦ୍ୟାଳୟ ଡିଗ୍ରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳତି ବର୍ଷ ବିଜ୍ଞାନରେ ୯୪ ପ୍ରତିଶତ,କଳାରେ ୮୩ ଏବଂ ବାଣିଜ୍ୟରେ ୫୯ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବାର ଜଣାପଡିଛି ।ରସାୟନ ବିଜ୍ଞାନରେ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ଡିଷ୍ଟିନିକସନରେ ରେ ପାସ କରିଥିବା ମହାବିଦ୍ୟାଳୟ ତରଫରୁ ଜଣାପଡିଛି ।

ସ୍ୱୟଂଶାସତି ମହାବିଦ୍ୟାଳୟରେ କଳା,ବିଜ୍ଞାନ ଏବଂ ବାଣିଜ୍ୟରେ ମୋଟ ୪୨୨ ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀ ଡିଷ୍ଟିନିକସନରେ ୨୧୬ ଜଣ ପାସ କରିଥିବା ବେଳେ ପ୍ରଥମ ଶ୍ରେଣୀରେ ୭୦ଜଣ,ଦ୍ଵିତୀୟ ଶ୍ରେଣୀ ଡିଷ୍ଟିନିକସନରେ ୧୨ ଜଣ ଓ ଦ୍ଵିତୀୟ ଶ୍ରେଣୀରେ ୩୪ଜଣ ପାସ କରିଥିବାର ଜଣାପଡିଛି ।

ଆକାଉଣ୍ଟାନ୍ସରେ ୧୫୮ରୁ ୬୩ ଜଣ ପାସ କରିଥିବା ବେଳେ ୪୪ଜଣଫେଲ ହୋଇଛନ୍ତି । ସେହିପରି ବଟନୀ, କେମେଷ୍ଟ୍ରି, କମ୍ପ୍ୟୁଟର ସାଇନ୍ସରେ ସମସ୍ତ ଛାତ୍ର ଛାତ୍ରୀ ପାସ୍ କରିଥିବା ବେଳେ ଅର୍ଥନୀତି ରେ ୪୮ ରୁ ୧୯ ଜଣ , ଇଂରାଜୀରେ ୧୫, ଗଣତି ରେ ୧୦, ଓଡିଆରେ ୨୬, ଫିଜିକ୍ସ ରେ ୨୩ ଓ କେମେଷ୍ଟ୍ରି ରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବାର ଜଣାପଡିଛି ।

ଚଳିତ ବର୍ଷ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି । ମହାବିଦ୍ୟାଳୟର ସୁବାଶଚନ୍ଦ୍ର ପଣ୍ଡା ଫିଜିକ୍ସରେ ୧ ହଜାର ୮୦୦ ନମ୍ବରରୁ ୧ହଜାର୬୯୮ ରଖି ମହାବିଦ୍ୟାଳୟରେ ଟପ୍ପର ହୋଇଛନ୍ତି । ଅର୍ଥନୀତିରେ ଶୁଭଶ୍ରୀ ମହାପାତ୍ର ,ଇଂରାଜୀରେ ଅଭିପ୍ସା ପଣ୍ଡା,ଓଡିଆରେ ଲକ୍ଷ୍ମୀପ୍ରୀୟା ସାହୁ,ଫିଲୋସୋଫିରେ ବୈଶାଖୀ ସ୍ୱାଇଁ,ସାଇକୋଲୋଜିରେ ସତ୍ୟ ତାପସୀ ନାଏକ, ସଂସ୍କୃତରେ ସ୍ୱର୍ଣ୍ଣପ୍ରଭା ମହାନ୍ତି,ବଟନୀରେ ସୁଶ୍ରୀତା ପଣ୍ଡା,କେମେଷ୍ଟ୍ରୀରେ ରାମେଶ୍ୱରୀ ଗୁୟାଁ,କମ୍ପ୍ୟୁଟର ସାଇନସରେ ରୁଦ୍ରନାରାୟଣ ବରାଳ,ଗଣିତରେ ସୋନମ ବେହେରା,ଜୁଲୋଜିରେ ବିଶ୍ୱଜିତ ସାହୁ,ଆକାଉଣ୍ଟସ ରେ ନିତାଶା ବେହେରା ଟପ୍ପର ହୋଇଛନ୍ତି ।

new life
You might also like
error: Content is protected !!