ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବେଲଟିକିରି ପଞ୍ଚାୟତ ଦାମୋଦରନାଳୀ ଗ୍ରାମରେ କାଜୁ ପ୍ଲାଣ୍ଟେସନ ନାମରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ହୋଇଥିବା ଚାଷୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବରେ ଅଭିଯୋଗ କରିଥିବାର ଜଣାପଡିଛି । ଗ୍ରାମର ତପନ କୁମାର ସାହୁ କାଳନ୍ଦୀ ବେହେରା,ବୁନୁ ନାଏକ,ଦୀପକ ମଲକଙ୍କ ସହିତ ଶତାଧିକ ଚାଷୀଙ୍କ ଅଭିଯୋଗ ଅନୁସାରେ ଉଦ୍ୟାନ ବିଭାଗ ତରଫରୁ ୨୦୨୦-୨୧ ଏବଂ ୨୦୨୨ରେ ଚାଷୀ ମାନେ କାଜୁ ଗଛ ଲଗାଇଥିଲେ । ଚାଷୀ ମାନଙ୍କର ଜବ କାର୍ଡ ଥିବାବେଳେ ହିତାଧିକାରୀଙ୍କୁ ଉପେକ୍ଷା କରି ରବି ରାଉତଙ୍କ ମାଧ୍ୟମରେ ଭତ୍ତା ପାଉଥିବା ଲୋକଙ୍କ ନାମରେ କାର୍ଯ୍ୟ କରାଇ ଉଦ୍ୟାନ ବିଭାଗର ସୁପରଭାଇଜର ମାନସ ମହାପାତ୍ର ଅର୍ଥ ହେର ଫେର କରୁଛନ୍ତି ।ତେଣୁ କାଜୁ ପାଇଁ ଚାଷୀ ମାନଙ୍କୁ ମିଳୁଥିବା ଟଙ୍କା ସେମାନଙ୍କ ଦ୍ୱାରା ଖର୍ଚ୍ଚ କରିବାକୁ ଦାବୀ ହୋଇଛି ।
ଗତ ୨୦୧୯-୨୦, ୨୦୨୧-୨୨ରେ କୌଣସି ଅର୍ଥ ଖର୍ଚ୍ଚ ହୋଇନାହିଁ ଜମିରେ ସାର,ଔଷଧ,ବାଡ କରାନଯାଇ ସମସ୍ତ ଟଙ୍କାକୁ ହେରଫେର କରାଯାଇଛି ।ଏହାର ତଦନ୍ତ କରାଯାଇ ପଦକ୍ଷେପ ନେବାକୁ ଚାଷୀ ମାନେ ଦାବି କରିଛନ୍ତି ।ଗତ ୨୦୧୯-୨୦ ଠାରୁ ୨୦୨୧-୨୨ ପର୍ଯ୍ୟନ୍ତ ମୋଟ ୫୩ ହେକ୍ଟର ଜମିରେ ୯୨ ଲକ୍ଷ ୯୪ ହଜାର ୮ଟଙ୍କା ହେର ଫେର ହୋଇଥିବାର ଚାଷୀ ମାନେ ଅଭିଯୋଗ କରିଛନ୍ତି ।
ପାଖ ପଡୋଶୀ ଗ୍ରାମରୁ ଜବ କାର୍ଡ ସଂଗ୍ରହ କରି ସୁପରଭାଇଜର ଏଭଳି କରୁଥିବାର ଅଭିଯୋଗ ହୋଇଛି । ଏହାର ତଦନ୍ତ ସହତି କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀ ମାନେ ଜିଲ୍ଲା ପାଳଙ୍କୁ ଭେଟି ଲିଖିତ
ଭାବରେ ଅଭିଯୋଗ କରିଛନ୍ତି ।