News
WhatsApp Image 2023-10-04 at 17.25.00
samparksetu

ଭୁବନ ପୌର ପରିଷଦ କାର୍ଯ୍ୟାଳୟ ମଧ୍ଯରେ ଥିବା ଆମ୍ବୁଲାନ୍ସ କାହାପାଇଁ !

ଖବର ଅନୁସାରେ ଭୁବନ ଏନଏସି ବାର ନମ୍ବର ୱାର୍ଡ ର ନଣ୍ଡା ମେହେଣା (୬୨) ଆଜି ସକାଳ ୧୦ଘଟିକା ସମୟରେ ଭତ୍ତା ନେବା ପାଇଁ ଆସିଥିବା ବେଳେ କାର୍ଯ୍ୟାଳୟ ବାହାରେ ଅପେକ୍ଷାରତ ଥିଲ । ତେବେ ସେଠାରେ ବସିଥିବା ବେଳେ ତାଙ୍କ ଦେହ ଅସୁସ୍ଥ ହୋଇଯାଇ ତଳେ ପଡିଯାଇଥିଲେ ।

ମୁହଁରେ ଆଘାତ ଲାଗି ଲହୁଲୁହାଣ ହୋଇ ମୁର୍ମୁଶ ପ୍ରାୟ ଥିଲେ । ରାସ୍ତା କଡରେ ଯାତାୟାତ କରୁଥିବା ପଥଚାରୀ ତାଙ୍କୁ ଉଠାଇ ବସାଇଥିଲେ । ଏନଏସିର କର୍ମଚାରୀ ମଧ୍ଯ ଆସି ତାଙ୍କୁ ସାହାଯ୍ଯ କରିବାକୁ ପ୍ରୟାସ କରୁଥିବାର ଦେଖାଯାଇଥିଲା । ତେବେ ପୌର ପରିଷଦ ମଧ୍ଯ ରେ ଥିବା ଆମ୍ବୁଲାନ୍ସ ର ସ୍ଥାୟୀ ଚାଳକ ନଥିବା ନେଇ ସେମାନେ ହଟହଟା ହୋଇ ଏକ ଦୁଇଚକିଆ ଯାନ ରେ ତାଙ୍କୁ ବୋହିନେଇ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଆସିଥିଲେ ।

ଏ ଘଟଣା ପରେ ଆମ୍ବୁଲାନ୍ସ ଥାଇ ରୋଗୀଙ୍କ କାମରେ ଆସୁନଥିବା ନେଇ ଏବେ ଭୁବନ ଗଳିକନ୍ଦିରେ ଆଲୋଚନା ହେଉଛି । ଏବଂ ଆମ୍ବୁଲାନ୍ସ କାହା ସ୍ୱାର୍ଥ ରେ ବୋଲି ଚର୍ଚ୍ଚା କରୁଛନ୍ତି । ତେବେ ଭତ୍ତା ନେବାକୁ ଆସୁଥିବା ବୟସ୍କ ନାଗରିକଙ୍କ ଲାଗି ଅସ୍ଥାଇ ବିଶ୍ରାମ ସ୍ଥଳୀ ନିର୍ମାଣ ନ ହେବା ଚିନ୍ତାର ବିଷୟ । ବରିଷ୍ଠ ନାଗରିକ ଏ ଦେଶର ନାଗରିକ । ସେମାନଙ୍କୁ ସେବା ଯୋଗାଇ ଦେବା ସରକାରଙ୍କ ପ୍ରଥମ ଓ ପ୍ରମୁଖ କର୍ତବ୍ଯ ।

new life
You might also like
error: Content is protected !!