News
WhatsApp Image 2023-10-04 at 17.25.00
samparksetu

ବଢିଛି ସାପ୍ତାହିକ ସଂକ୍ରମଣ ! ଢେଙ୍କାନାଳ ସମେତ ୬ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ କେନ୍ଦ୍ରର ପରାମର୍ଶ

ରାଜ୍ୟ ସରକାର ଙ୍କୁ କେନ୍ଦ୍ର ର ପରାମର୍ଶ କରୋନା ସଂକ୍ରମଣ ବଢୁଥିବା ନେଇ ରାଜ୍ୟ ସରକାରଙ୍କୁ ସତର୍କ କରିଛି କେନ୍ଦ୍ର । ବିଗତ ସପ୍ତାହ ରେ ଢେଙ୍କାନାଳ ସମେତ ୬ ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ କରିଛି । ଏହି ୬ ଟି ଜିଲ୍ଲା ହେଉଛି ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର, ଅନୁଗୋଳ, ବଲାଙ୍ଗୀର ।

ଅନ୍ୟପଟେ ଗତ ସପ୍ତାହ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ  ୯ଶହ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳରେ ୬୯, କନ୍ଧମାଳରେ ୭, ନବରଙ୍ଗପୁରରେ ୫, କେନ୍ଦୁଝରରେ ୨୩, ଅନୁଗୋଳରେ ୩୯ ଓ ବଲାଙ୍ଗୀରରେ ୧୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  ସେହିପରି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବେ ଅଧିକ ରହି ଆସିଛି । 

ତେବେ ଅନ୍ୟ ୬ ଟି ଜିଲ୍ଲାରେ ଗତ ସପ୍ତାହ ମଧ୍ୟରେ ସଂକ୍ରମଣ ବଢିଥିବା ନେଇ ସତର୍କ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଚିଠି ଲେଖି ଅବଗତ କରିଛନ୍ତି । ସଂକ୍ରମଣ ରୋକିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋଭିଡ କଟକଣା କଡାକଡି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

new life
You might also like
error: Content is protected !!