News
WhatsApp Image 2023-10-04 at 17.25.00
samparksetu

ଦରମା ବୃଦ୍ଧି ଏବଂ ଛଟେଇ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ଭିନ୍ନକ୍ଷମ ଶିକ୍ଷା ସ୍ୱେଚ୍ଛାସେବୀ ସଂଘର ଦାବିପତ୍ର

ଢେଙ୍କାନାଳ ଜିଲ୍ଲା ଭିନ୍ନକ୍ଷମ ଶିକ୍ଷା ସ୍ୱେଚ୍ଛାସେବୀ ସଂଘ ୩ ଦଫା ଦାବି ନେଇ ଦରମା ବୃଦ୍ଧି ଏବଂ ଛଟେଇ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

ଜିଲ୍ଲାରେ ୫୯ ଜଣ ଭିନ୍ନକ୍ଷମ ଶିକ୍ଷା ସ୍ୱେଚ୍ଛାସେବୀ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୧୧ ବର୍ଷ ଧରି ନିରବିଛିନ୍ନ ଭାବରେ ଶିକ୍ଷାଦାନ କରୁଛନ୍ତି । ସରକାରଙ୍କ ନିୟମ ଅନୁସାରେ ୬ ବର୍ଷରେ ନିୟମିତ କରିବାର ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ନିଯୁକ୍ତିକୁ ନିୟମିତ କରାଯାଇନଥିବା ବେଳେ ମାସିକ ୪୭୬୦ ଟଙ୍କା ପ୍ରଦାନ କରାଯାଉଛି ।

ପ୍ରତିବର୍ଷ ଗୋଟିଏ ଦିନ ଛଟେଇ କରାଯାଉଥିବା ବେଳେ ୬ବର୍ଷରେ ନୟି ମିତ ହେବାରୁ ବଞ୍ଚିତ ହେଉଛନ୍ତି । ଏହାକୁନେଇ ଅସନ୍ତୋଷ ଦେଖାଦେବା ସହ ତୁରନ୍ତ ଏଥିପ୍ରତି ଉଚିତ ପଦକ୍ଷେପ ନେବା ସହ ଦରମା ବୃଦ୍ଧି ପାଇଁ ଦାବି କରାଯାଇଛି । ସଂଘ ସଭାପତି ସତ୍ୟନାରାୟଣ ନନ୍ଦଙ୍କ ସହିତ ଦୁଃଖବନ୍ଧୁ ମହାରଣା, ଅନୁଜ କୁମାର ମହାନ୍ତି, ପ୍ରମୁଖ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ
ପ୍ରଦାନ କରିଛନ୍ତି ।

new life
You might also like
error: Content is protected !!