News
WhatsApp Image 2023-10-04 at 17.25.00
samparksetu

ଆକ୍ରମଣର ଶିକାର ହେଲେ ବନଖଣ୍ଡ ଅଧିକାରୀ , ଥାନାରେ ଏତଲା

ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀଙ୍କୁ ଗତ ରାତିରେ ପଥର ମାଫିଆ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତ ରାତିରେ ବନଖଣ୍ଡ ଅଧିକାରୀ ହାତୀ ମାନଙ୍କ ଚଳପ୍ରଚଳ ଉପରେ ନଜର ରଖିବା ପାଇଁ ଓ ବନ କର୍ମଚାରୀମାନଙ୍କ କାର୍ଯ୍ୟ ପ୍ରଣାଳୀ ଦେଖିବାକୁ ସଦର ରେଞ୍ଜ ଅନ୍ତର୍ଗତ କୁରୁମଟାଙ୍ଗର ଅଞ୍ଚଳକୁ ଯାଇଥିଲେ।

ଏହି ସମୟରେ ଏକ କଟା ପଥର ଭର୍ତ୍ତି ଟ୍ରକ ଜଙ୍ଗଲ ଆଡୁ ଆସୁଥିବା ଦେଖିବାକୁ ପାଇ ଟ୍ରକକୁ ଅଟକାଇ ପଥରର ପରମିଟ ମାଗିଥିଲେ। ତେବେ ପରମିଟ ଦେଖାଇବା ପରିବର୍ତ୍ତେ ଟ୍ରକ ଡ୍ରାଇଭର କିଛି ଲୋକଙ୍କୁ ସେଠାକୁ ଡକାଇଥିଲା। ଏହା ପରେ ଆଠ ଦଶ ଜଣ ଲୋକ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜୋର ଜବରଦସ୍ତ ନେବାକୁ ଚେଷ୍ଟା କରିଥିଲେ। ବନଖଣ୍ଡ ଅଧିକାରୀ ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ ଓ ତାଙ୍କୁ ଧକ୍କା ମାରି ଗାଡ଼ି ନେଇଯିବାକୁ ଚେଷ୍ଟା କରିଥିଲେ।

ତେବେ ଏହି ସମୟରେ ବନ ବିଭାଗ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନଖଣ୍ଡ ଅଧିକାରୀଙ୍କୁ ଉଦ୍ଧାର କରି ଆଣିଥିଲେ। ଏହା ସହିତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଛଅ ଜଣଙ୍କୁ ଅଟକ ରଖିଛନ୍ତି। ତେବେ ଆଜି ଏ ସମ୍ପର୍କରେ ବନଖଣ୍ଡ ଅଧିକାରୀ ଢେଙ୍କାନାଳ ସଦର ଥାନାରେ ପହଞ୍ଚି ଏକ ମାମଲା ରୁଜୁ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

new life
You might also like
error: Content is protected !!