News
WhatsApp Image 2023-10-04 at 17.25.00
samparksetu

ମାନସିକ ନିର୍ଯ୍ୟାତନା ଦେଉଥିଲେ ବିଇଓ, ଅଫିସରେ ବେହୋସ୍ ହୋଇଗଲେ ଶିକ୍ଷୟତ୍ରୀ

ଢ଼େଙ୍କାନାଳ ବ୍ଲକ୍ ଶିକ୍ଷାଧିକାରୀଙ୍କ ମାନସିକ ଚାପରେ ବିଇଓଙ୍କ ଅଫିସରେ ବେହୋସ୍ ହୋଇଗଲେ ଶିକ୍ଷୟତ୍ରୀ । ସୂଚନା ଅନୁଯାୟୀ ଢ଼େଙ୍କାନାଳ ଗଜମରା ୟୁପି ସ୍କୁଲରେ କାର୍ଯ୍ୟରତ ଶିକ୍ଷୟତ୍ରୀ ନବନିତା ସାହୁଙ୍କୁ ଢ଼େଙ୍କାନାଳ ବିଇଓ ବ୍ରହ୍ମାନନ୍ଦ ରାଉତ କୌଣସି ଏକ ଘଟଣାରେ ଅଫିସକୁ ଡ଼କାଇଥିଲେ।

ନବନିତାଙ୍କ ଦେହ ଖରାପ ଥିବା ହେତୁ ସେ ଚୌକିରେ ବସିବା ପାଇଁ ବିଇଓଙ୍କୁ କହିଥିଲେ କିନ୍ତୁ ବିଇଓ ତାଙ୍କୁ ବସିବାକୁ ଦେଇନଥିଲେ ବୋଲି ନବାନିତାଙ୍କ ଭାଇ ଅଭିଯୋଗ କହିଛନ୍ତି।ଫଳରେ ନବନିତା ମାନସିକ ଚାପରେ ବେହୋସ୍ ହୋଇ ପଡ଼ିଯାଇଥିଲେ।

ଖବର ପାଇ ନବାନିତାଙ୍କ ଭାଇ ଘଟଣା ସ୍ଥଳରେ ପହଁଚି ତାଙ୍କ ଭଉଣୀଙ୍କୁ ନେଇ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।ବିଇଓ ତାଙ୍କୁ କୌଣସି ଘଟଣାରେ ବାରମ୍ବାର ଡକାଇ ହଇରାଣ କରୁଥିବାର ନାବନିତାଙ୍କ ଭାଇ କହିଛନ୍ତି।ନବନିତା ସେହି ମାମଲାରେ ପୂର୍ବରୁ ବିଇଓଙ୍କୁ ଏ ସଂକ୍ରାନ୍ତରେ ଲିଖିତ ଭାବେ ଜଣାଇବା ସତ୍ତ୍ୱେ କାହିଁକି ବିଇଓ ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।ଏନେଇ ବ୍ଲକ ଶିକ୍ଷାଧିକାରୀ ବ୍ରହ୍ମାନନ୍ଦ ରାଉତ ଅଭିଯୋଗ କୁ ସମ୍ପୂର୍ଣ୍ଣ ଏଡ଼ାଇ ଦେଇଛନ୍ତି ।

new life
You might also like
error: Content is protected !!