News
WhatsApp Image 2023-10-04 at 17.25.00
samparksetu

କଙ୍କଡ଼ାହାଡ଼ ବ୍ଲକ ର ୨୨୦୦ ଚାଷୀ ଧାନ ବିକ୍ରୀ ରୁ ବଞ୍ଚିତ, ଆନ୍ଦୋଳନ ପାଇଁ ସଜବାଜ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଇଲାକା ହୋଇଥିବା ବେଳେ ଚାଷ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏଠି ଚାଷୀ ମାନେ ଅନେକ ସମସ୍ୟାରେ ରହୁଛନ୍ତି କାରଣ ମରୁଡି ଦାଉରୁ ରକ୍ଷା ପାଇବା ପାଇଁ ଚାଷୀଙ୍କ ଧାନ ବିଲକୁ ପାଣିର ବନ୍ଦୋବସ୍ତ ନଥିବା ,ହାତୀ ଉପଦ୍ରବ ପ୍ରଭୃତି ଅନେକ ସମସ୍ୟାରେ ମଧ୍ୟ ଧାନ ଅମଳ କରିଥାନ୍ତି ।

ହେଲେ ସରକାର ଚାଷ ଓ ଚାଷୀଙ୍କ ଲାଗି ଅଧିକ ଗୁରୁତ୍ବ ଦେଉଥିବା ବେଳେ ଏଠି ତାର ବିପରୀତ ଦେଖିବାକୁ ମିଳିଛି ।ଉକ୍ତ ବ୍ଲକରେ ମହାବିରୋଡ , ପଙ୍ଗାତିରା ,କଙ୍କଡ଼ାହାଡ଼ ,ବିରାଶାଳ , ବାଟଗାଁ ଏହିପରି ୫ଟି ସେବା ସମବାୟ ସମିତି ଲିଃ ରହିଛି ।ଏପରି ସ୍ଥଳେ ଚଳିତ ବର୍ଷ ଚାଷୀ ମଣ୍ଡିରେ ଧାନ ଦେବା ପାଇଁ ଦୀର୍ଘ ଦିନ ଧରି ଚାତକ ପକ୍ଷୀ ଭଳି ଚାହିଁ ରହିଥିବା ବେଳେ ଆଜି ଚାଷୀକୁଳ ହତାଶ ହୋଇଛନ୍ତି ।କାରଣ ଉକ୍ତ ୫ ସୋଷାଇଟର ଚାଷୀଙ୍କ ଠାରୁ କିଛି ଜ୍ୱଳନ୍ତ ଉଦାହରଣରୁ ଜଣାଯାଏ ମହାବିରୋଡ ସୋଷାଇଟର ଚାଷୀ ରେଜିଷ୍ଟ୍ରେସନ୍ ୧୧୪୫ କରିଥିବା ବେଳେ ଏଥି ମଧ୍ୟରୁ ୬୫୦ ଚାଷୀ ଦେଇଥିବା ବେଳେ ୪୯୦ ଚାଷୀ ଦେଇପାରିନାହାଁନ୍ତି ।

୧୫ହଜାର କ୍ଵିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ରହିଛି । ପଙ୍ଗାତିରା ସୋଷାଇଟରେ ରେଜିଷ୍ଟେସନ ୯୫୦ ଚାଷୀ କରିଥିବାବେଳ ମାତ୍ର ୬୩୬ ଜଣ ଚାଷୀ ଦେଇଛନ୍ତି । କଙ୍କଡ଼ାହାଡ଼ ସୋଷାଇଟୀ ଅଧୀନରେ ୯୦୩ ଜଣ ଚାଷୀ ରେଜିଷ୍ଟ୍ରେସନ କରିଥବାବେଲେ ଦେଇଛନ୍ତି ମାତ୍ର ୫୨୨ଜଣ,ବିର। ଶାଳ ସମବାୟ ସମିତି ରେ ୧୪୧୪ ରେଜିଷ୍ଟ୍ରେସନ କରିଥିବାବେଳେ ଦେଇଛନ୍ତି ୮୦୦ ଜଣ ଚାଷୀ, ବାଟ ଗାଁ ସମବାୟ ସମିତି ରେ ୭୦୦ ଜଣ ରେଶିଷ୍ଟ୍ରେସନ କରିଥିବାବେଳେ ଦେଇଛନ୍ତି ମାତ୍ର ୩୬୦ ଜଣ। ବ୍ଲକ ରେ ସମୁଦାୟ ୫୧୧୨ ଜଣ ଚାଷୀ ଧାନ ବିକିବା ପାଇଁ ରେିଷ୍ଟ୍ରେସନ୍ କରିଥିବା ବେଳେ ମାତ୍ର ୨୯୬୮ ଜଣ ଚାଷୀ ଧାନ ଦେଇପରିଥିବାବେଲେ ୨୧୪୪ ଜଣ ଚାଷୀ ଏପର୍ଯ୍ୟନ୍ତ ସୁଦ୍ଧା ଦେଇପରିନାହାନ୍ତି ।

୨୧୪୪ ଜଣ ଚାଷୀ ପାଇଁ ୪୫ ହଜାର କୁଇ ନ୍ତ୍ତାଲ ଏହି ବ୍ଲକ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ର ଆବଶ୍ୟକତା ଥିବା ଜଣା ପଡିଛି । ଏହି ନେଇ ଆମ ପ୍ରତିନିଧି କାମାକ୍ଷାନଗର ଉପ ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁ ଙ୍କୁ ଯୋଗାଯୋଗ କରିବାରୁ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ସମସ୍ତ ସମବାୟ ସମିତି ର ଅଧିକାରୀ ମାନେ ଲିଖିତ ଭାବେ ଜଣାଇଛନ୍ତି । ସେ ମଧ୍ୟ ସରକାର ଙ୍କୁ ଚିଠି ଲେଖିଛନ୍ତି । ଟାର୍ଗେଟ ଆସିଲେ ନିଶ୍ଚୟ କଙ୍କଡ଼ାହାଡ଼ ବ୍ଲକ କୁ ପ୍ରାଧାନ୍ୟ ଦିଆଯିବ ।

new life
You might also like
error: Content is protected !!