News
WhatsApp Image 2023-10-04 at 17.25.00
samparksetu

ମହିମାଗାଦୀ ପାଇଁ ୧୦ କୋଟି ଟଙ୍କା ଅନୁମୋଦନ ,ପୀଠକୁ ଆକର୍ଷଣୀୟ କରିବାକୁ ଉଦ୍ୟମ

ଢେଙ୍କାନାଳ ଜିଲ୍ଲା ତଥା ମହିମା ଧର୍ମର ଆଦିପୀଠ ଯୋରନ୍ଦା ମହିମା ପୀଠକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ପୀଠକୁ ଅଧିକ ଆକର୍ଷଣୀରକରାଯିବ ବୋଲି ଜଣାପଡିଛି । ଯୋରନ୍ଦା ମହିମା ଗାଦୀ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ମହିମା ଗାଦୀକୁ ବିଶ୍ୱସ୍ତରୀୟ ପର୍ଯ୍ୟଟକକୁ ଆକର୍ଷିତ କରିବା ପାଇଁମହିମା ପୀଠର ପାରିପାଶ୍ୱିର୍କ ଉନ୍ନୟନ ସହିତ ବୃକ୍ଷ ରୋପଣ,ଉଦ୍ୟାନ,ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା,ପାନୀୟଜଳଯୋଗାଣ,ପାନ୍ଥଶାଳା ନର୍ମାଣ,ଉନ୍ନତ ମାନର ଶୌଚାଳୟ ନିର୍ମାଣ,ପାନୀୟ ଜଳ ଯୋଗାଣ,ପୋଖରୀ ଓ ଜଳଉତ୍ସ ଗୁଡିକର ଉନ୍ନତି ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ପୀଠର ସର୍ବାଙ୍ଗୀନ ବିକାଶ ହୋଇ ଆକର୍ଷଣୀୟ ହେଲେ ଓଡିଶା ତଥା ଦେଶରେ ଏକ ପ୍ରମୁଖ ଧର୍ମପୀଠର ମାନ୍ୟତା ପାଇ ପାରିବ ବୋଲି ଏସପି ଜ୍ଞାନ ରଞ୍ଜନ ମହାପାତ୍ର ଆଶାବ୍ୟକ୍ତ କରିଥିଲେ । ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜଗଦିଶ ରାୟ ପୀଠରେ ଚାଲିଥିବା ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ପୀଠର ଆବଶ୍ୟକତା ଓ ଏହାର ଉପଯୋଗିତାକୁ ନେଇ ବିଭିନ୍ନ ଉନ୍ନୟନ କାର୍ଯ୍ୟ,ନିର୍ମାଣ କାର୍ଯ୍ୟର ତାଲିକା କରି ଦେବାକୁ ମହିମା ସନ୍ୟାସୀ ମାନଙ୍କୁ ନିବେଦନ କରିଥିଲେ ।

ଯୋରନ୍ଦା ପୀଠରେ ଉପାସନା ନିମନ୍ତେ ଶହେ ବର୍ଷରୁ ଅଧିକ ସମୟ ଧରି ଲାଗିଥିବା ସମସ୍ୟାର ଆପୋଷ ସମାଧାନ ଏବଂ ମିଳାମିଶା ହୋଇଥିବାରୁ ବୈଠକରେ ଯୋଗଦେଇଥିବା ମହିମା ସନ୍ୟାସୀ ମାନେ ଜିଲ୍ଲା ପ୍ରଶାସନ,ନିର୍ବାଚିତ ପ୍ରତିନିଧି,ସ୍ଥାନୀୟ ଅଧିକାରୀ ମାନଙ୍କୁ ସେମାନଙ୍କର ଉଦ୍ୟମ ପାଇଁ ସାଧୁବାଦ ଜଣାଇଥିଲେ । ପୀଠର ଉନ୍ନତି ପାଇଁ ୧୦ କୋଟି ଟଙ୍କା ଅନୁମୋଦନ ହୋଇଥିବାରୁ ସାଧୁମାନେ ଖୁସି ବ୍ୟକ୍ତ କରିଥିଲେ ।ବୈଠକରେ ଉପ ଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ ସ୍ୱାଗତ ଭାଷଣ ପ୍ରଦାନ ସହିତ ପୀଠର ଉନ୍ନତି କରଣରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଠକରେ ଗଁଦିଆ ବିଡିଓ ଆଶିଷ ରଞ୍ଜନ ସାହୁ,ଯୋରନ୍ଦା ସରପଞ୍ଚ ଆରତୀ ନାୟକ,ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱନାଥ ଚିନାରା,ମହିମା ସନ୍ୟାସୀ ମାନେ ଯୋଗ ଦେଇଥିଲେ ।

new life
You might also like
error: Content is protected !!