News
WhatsApp Image 2023-10-04 at 17.25.00
samparksetu

ଜମି ଚଞ୍ଚକତା ଅଭିଯୋଗ ରେ ରେଙ୍ଗାଳୀ କେନାଲ ଆରଆଇ ଗିରଫ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ରେଙ୍ଗାଳୀ ଦକ୍ଷିଣ କେନାଲ ଜମି ଅଧିଗ୍ରହଣ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ରାଜସ୍ୱ ନିରୀକ୍ଷକ ଜମି ହଡପ ଅଭିଯୋଗରେ ଗିରଫ ହୋଇଥିବାର ଜଣାପଡିଛି ।ରେଙ୍ଗାଳୀ ଦକ୍ଷିଣ କେନାଲ ଜମି ଅଧିଗ୍ରହଣ ଅଧିକାରୀଙ୍କ କାର୍ଯ୍ୟଳୟରେ ଚିରଞ୍ଜନ ମହାପାତ୍ର ରାଜସ୍ୱ ନିରୀକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି ।

ସେ କଟକ ଜିଲ୍ଲା ଆଠଗଡ ଗୁରୁଡିଝାଟିଆରେ ସାଗର ମୁଣ୍ଡାଙ୍କଏକ ଏକରୁ ଅଧିକ ଜମି ଗୋବିନ୍ଦ ମୁଣ୍ଡାଙ୍କ ନାମରେ ଚଞ୍ଚକତା କରିଥିବାର ଜଣାପଡିଥିଲା । ସେହି ଜମିକୁ ରେଙ୍ଗାଳୀ କେନାଲକୁ ଦେଇ ପ୍ରାୟ ୨୧ଲକ୍ଷ ଟଙ୍କା ହଡପ କରି ନେଇଥିଲେ । ଏହି ଘଟଣା ଜଣାପଡିବା ପରେ ସାଗର ମୁଣ୍ଡାଙ୍କ ପରିବାର ଆଠଗଡ ସବ ରେଜିଷ୍ଟାରକୁ ଜଣାଇଥିଲେ ।

ସବ ରେଜିଷ୍ଟ୍ରାରଙ୍କ ପକ୍ଷରୁ ତଦନ୍ତ ପରେ ଜମି ଚଞ୍ଚକତା କରିବା ସହିତ କାଗଜ ପତ୍ର ଚଞ୍ଚକତା କରାଯାଇଥିବାର ଜଣାପଡିଥିଲା । ଏହାକୁ ନେଇ ରେଙ୍ଗାଳୀକେନାଲ ଜୋନାଲ ଅଧିକାରୀ ସୁବୋଧ ବେହେରା ଟାଉନ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ୨୭୨/୨୩ରେ ଏକ ମାମଲା ରୁଜ୍ଜୁ କରି ରାଜସ୍ୱ ନିରୀକ୍ଷକଙ୍କୁ ଅଟକ ରଖି ପଚରାଉଚରା ଚଳାଇ ଥିବାର ଜଣାପଡିଛି ।

new life
You might also like
error: Content is protected !!