News
WhatsApp Image 2023-10-04 at 17.25.00
samparksetu

ନାବାଳକ ନିଖୋଜକୁ ୮ ଦିନ ପୁରିଲା ପୋଲିସ ହାତ ଖାଲି,ଗ୍ରାମବାସୀ ଏସପିଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ସଦର ଥାନା ମଙ୍ଗଳପୁର ପାଞ୍ଚକାହାଣିଆ ଗ୍ରାମର ଜଣେ ନାବାଳକ ଗତ ୮ ଦିନ ହେବ ନିଖୋଜ ହୋଇଯାଇଛି । ପରିବାର ତରଫରୁ ସଦର ଥାନାରେ ୮ ଦିନ ହେବ ଅଭିଯୋଗକରାଯାଇଥିବା ବେଳେ ପୋଲିସ କୌଣସି ପଦକ୍ଷେପ ନନେବାରୁ ଗ୍ରାମବାସୀ ମାନେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ମଙ୍ଗଳପୁର ପାଞ୍ଚକାହଣିଆ ଗ୍ରାମର ଅଶୋକ ବେହେରାଙ୍କ ଅଭିଯୋଗ ଅନୁସାରେ ଗତ୧୪ ତାରିଖଦିନ ତାଙ୍କ ପୁଅ ଅରବିନ୍ଦ ବେହେରା(୧୧) ଘରୁ କେଉଁଆଡେ ନିଖୋଜ ହୋଇଯାଇଛି । ପରିବାର ତରଫରୁବିଭିନ୍ନ ସ୍ଥାନ ଖୋଜିବା ପରେ ଅରବିନ୍ଦର କୌଣସି ସନ୍ଧାନ ନପାଇବାରୁ ଗତ ୧୫ ତାରିଖ ଦିନ ସଦର ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ । ସଦର ପୋଲିସ ତରଫରୁ ଅଭିଯୋଗର ୮ ଦିନ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାର ପରିବାର ବର୍ଗ ଅଭିଯୋଗ କରିଛନ୍ତି ।

ଫଳରେ ଗୁରୁବାର ଦିନ ଗ୍ରାମବାସୀ ପରିବାର ବର୍ଗସହିତ ଏସପିଙ୍କୁ ଲି୍‌ଖିତ ଭାବରେ ଅଭିଯୋଗ କରିବା ସହିତ ଅରବିନ୍ଦଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ।

new life
You might also like
error: Content is protected !!