ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାରରେ ଏକ ଘରେ ଚାଲିଥିଲା ସେକ୍ସ ର୍ୟାକେଟ, ପୋଲିସ ପକ୍ଷରୁ ଚଢାଉ କରି ମାଷ୍ଟର ମାଇଣ୍ଡକୁ ଗିରଫ କରିବା ସହତି ୨ଜଣ ଯୁବତୀକୁ ଥାନାରେ ଅଟକ ରଖିଥିବାର ଜଣାପଡ଼ିଛି ।
ଟାଉନ ଥାନା ତରଫରୁ ଶନିବାର ରାତିରେ ଥାନା ଏସଆଇ ଶାନ୍ତନୁ କୁମାର ପ୍ରଧାନ,ଏସଆଇ ସୌଦାମିନୀ ସେଠୀ,ଏଏସଆଇ ଅଶୋକ କୁମାର ଜେନା ଏବଂ ହାବିଲଦାର ରାତି ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଥିଲା ଯେ,ଷ୍ଟେସନ ରୋଡରେ ଏକ ଘରେ ସେକ୍ସ ର୍ୟାକେଟ ଚାଲିଥିଲା ।ପୋଲିସସଦଳ ବଳେ ରାତି ପ୍ରାୟ ୧୧ଟା ୫୫ ମିନିଟରେ ଷ୍ଟେସନ ବଜାରରେ ରହୁଥିବା ଶିବାଜୀ ମହାନ୍ତି ଙ୍କ ଘରେ ଚଢାଉ କରିଥିଲେ ।ପୋଲିସକୁ ଦେଖି ଦଇୁ ଜଣ ଗ୍ରାହକ ସେଠାରୁ ଖସି ପଳାଇଥିଲେ।
ଘର ଭିତରେ ଦୁଇଜଣ ଯୁବତୀଙ୍କୁ ପୋଲିସ ଅସଂଯତ ଅବସ୍ଥାରେ ଉଦ୍ଧାର କରିଥିଲେ ।ଏପରିକି ଘର ମଧ୍ୟରୁ ଶିବାଜୀ ମହାନ୍ତିକୁ ଗିରଫ କରିଥିଲେ ।ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି । ପୋଲିସ ସେମାନଙ୍କ ନାମରେ୨୨୦/୨୩ରେ ଏକ ମାମଲା ରୁଜ୍ଜୁ କରିଥିବାର ରଜଣାପଡିଛି । ପୋଲିସ ଘର ଭିତରୁ ଆପତିଜନକ ଦ୍ରବ୍ୟ ଜବତ କରିବା ସହିତ ତିନୋଟି ମୋବାଇଲ ଫୋନ ମଧ୍ୟ ଜବତ କରିଥିବାର ଜଣାପଡିଛି ।
ଯୁବତୀ ଦୁଇ ଜଣ ବାଲେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି । ପ୍ରକାଶ ଥାଉକି ,ଗତ ୨୦୨୦ ମସିହ।ରେ ଶିବାଜୀ ମହାନ୍ତି ଏବଂ ତାଙ୍କ ପତ୍ନୀ ସମାନ ଭାବରେ ଷ୍ଟେସନ ବଜାରରେ ବାହାରରୁ ଯୁବତୀ ଙ୍କୁ ଆଣି ନିଜ ଘରେ ସେକ୍ସ ର୍ୟାକେଟ ଚଳାଇ ଥିଲେ । ପୋଲିସ ସେତେବେଳ ମଧ୍ୟ ଚଢାଉ କରି ମାଷ୍ଟର ମାଇଣ୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିଛିଦିନ ସେ ଢେଙ୍କାନାଳ ସହରରୁ ଉଭାନ ହୋଇଯାଇଥିବା ବେଳେ ପୁଣିଥରେ ସେ ଏହି ବ୍ୟବସାୟ ଚଳାଇଥିଲେ । ଏହି ର୍ୟାକଟେ ର ଚେର କେଉଁଆଡେ ଲମ୍ବିଛି ଏବଂ କେଉଁ ସ୍ଥାନରୁ ଯୁବତୀ ମାନେ ଆସୁଥିଲେ ତାକୁନେଇ ତନାଘନା ଆରମ୍ଭ ହୋଇଛି ।
![new life](http://www.dhenkanalupdate.com/wp-content/uploads/2021/01/samparksetu.jpg)