News
WhatsApp Image 2023-10-04 at 17.25.00
samparksetu

କୁକୁଡ଼ା ଫାର୍ମକୁ ନେଇ ଗ୍ରାମବାସୀ ଓ କମ୍ପାନୀ ମୁହାଁମୁହିଁ ,ଫୁଟିଲା ବମ !

ଢେଙ୍କାନାଳ ଗଁଦିଆ ଥାନା ଅନ୍ତର୍ଗତ କୋକେଇଦା ଗ୍ରାମରେ କୁକୁଡ଼ା ଫାର୍ମ ଜମି ଜବରଦଖଲ କୁ ନେଇ ଗ୍ରାମବାସୀ ଓ କମ୍ପାନୀ କର୍ମଚାରୀ ମାନଙ୍କ ମଧ୍ୟରେ ବିବାଦ ଫଳରେ ଉଭୟଙ୍କ ପକ୍ଷରୁ ଗଁଦିଆ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଉକ୍ତ ଗ୍ରାମରେ ଜଗନ୍ନାଥ ଅଗ୍ରୋଭିଟ ଗ୍ରୁପ କମ୍ପାନୀ ଏକ କୁକୁଡ଼ା ଫାର୍ମ ନିର୍ମାଣ କରିଛି ଉକ୍ତ ଫାର୍ମକୁ ଏକ ରାସ୍ତା ନିର୍ମାଣ କରୁଥିବାବେଳେ ,୧୫ତାରିଖରେ ଗ୍ରାମବାସୀ ମିଳିତ ଭାବରେ ବିରୋଧ କରିବାରୁ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ହୋଇଥିଲା ଉକ୍ତ ଫାର୍ମ ଦାୟତ୍ୱ ରେ ଥିବା ଧୀରେନ୍ଦ୍ର ନାଥ ଶର୍ମା କିଛି ଗୁଣ୍ଡା ଆଣି ଗ୍ରାମ ବାସି ମାନଙ୍କୁ ଧମକ ଦେବା ଶହ ଗ୍ରାମର ଗୋପାଳ ସାହିରେ ମଝି ରାସ୍ତାରେ ଛଅ ଜଣ ଗୁଣ୍ଡା ବମ୍ ଫୁଟାଇବା ବେଳେ ସେହି ଗ୍ରାମର ଲୋକମାନେ ତିନି ଜଣଙ୍କୁ ଅଟକ ରଖିଥିଲର ଓ ଆଉ ତିନି ଜଣ ଗୁଣ୍ଡା ଫେରାର ହୋଇଥିବାର ସୂଚନା ମିଳିଛି । ପୋଲିସ ପହଁଚି ଗାଡିକୁ ଜବତ କରିବା ସହ କିଛି ବ୍ୟକ୍ତିଙ୍କୁ ଅଟକ ରଖିଥିବାର ସୂଚନା ମିଳିଛି ।

new life
You might also like
error: Content is protected !!