News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଆଜି ସକାଳେ ହିନ୍ଦୋଳ ଉପଖଣ୍ଡ ଗଞ୍ଜରା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ଜୀବନ ଚାଲିଗଲା । ମୃତ ବୃଦ୍ଧ ହେଲେ ଉକ୍ତ ଗାଁର ବନମାଳୀ ନାୟକ ।

ସୂଚନା ଅନୁଯାୟୀ , ବନମାଳୀ ଆଜି ସକାଳେ ଶୌଚ ପାଇଁ ପଡିଆକୁ ଯାଇଥିବା ବେଳେ ଏକ ଜଙ୍ଗଲୀ ହାତୀ ତାଙ୍କୁ ଆକ୍ରମଣ କରି କଚାଡ଼ି ଦେଇଥିଲା। ଘଟଣା ସ୍ଥଳରେ ବନମାଳୀଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି । ଏହାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେବା ସହ ମୃତକଙ୍କୁ କ୍ଷତିପୂରଣ ଦାବି ହୋଇଛି। ବନବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣା ସ୍ଥଳରେ ପହଁଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଥିଲା l

new life
You might also like
error: Content is protected !!