News
WhatsApp Image 2023-10-04 at 17.25.00
samparksetu

ଜରାଜୀର୍ଣ୍ଣ ଅବସ୍ଥାରେ ଘୋଡ଼ାଡ଼ିଆଁ ନାଳ ପୋଲ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ହାତୀଲୁଚାଣି ଛକ ନିକଟରେ ଆଜକୁ ୪୦ ବର୍ଷରୁ ଉର୍ଦ୍ଧ୍ବ ହେବ ଏକ ଘୋଡ଼ାଡ଼ିଆଁ ନାଳ ପୋଲ ନିର୍ମାଣ କରାଯାଇ ସେଥିରେ ବିଭିନ୍ନ ଦିଗକୁ ଛୋଟ ବଡ ଭାରିଯାନ ଠାରୁ ଆରମ୍ଭ କରି ଯାତ୍ରୀବାହୀ ବସ୍ ସମେତ ଅନ୍ୟ ଗାଡ଼ି ଯାତାୟାତ କରିବାରେ ସହାୟକ ହୋଇଛି ।

ବର୍ତ୍ତମାନ ଏହି ପୋଲର ଅବସ୍ଥା ବିପଦ ସଙ୍କୁଳ ଦିଗକୁ ଗତି କରୁଛି । ପରଜଙ୍ଗ ଦେଇ କୁନାଲ ନାମକ କମ୍ପାନୀ ୪ ଲେନ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣ କରିଥିଲେ ମଧ୍ୟ ହାତୀଲୁଚାଣି ଛକ ଠାରୁ ନୂତନ ଭାବେ ନିର୍ମିତ ହେଉଥିବା ଜାତୀୟ ରାଜପଥ ପର୍ଯ୍ୟନ୍ତ ନାଳ ପୋଲ ସମେତ ଏହି ସୀମିତ ରାସ୍ତାର ଅବସ୍ଥା ଅତି ଦୟନୀୟ ଅବସ୍ଥାରେ ରହିଛି ।

ହେଲେ ଏହି ସୀମିତ ରାସ୍ତା ଖଣ୍ଡିକ ଯାତାୟତ କରୁଥିବା ଯାତ୍ରୀବାହୀ ଗାଡ଼ି ଓ ଅନ୍ୟ ପଥଚାରୀ ମାନଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଛି । ଏହି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ରାସ୍ତାଟି ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଆଜି ଯାତ୍ରୀ ମାନେ ଅନେକ ସମସ୍ୟା ମଧ୍ୟରେ ଗତି କରିବାକୁ ପଡୁଛି । ସୀମିତ ରାସ୍ତା ଅର୍ଥାତ୍ ପେଟ୍ରୋଲ ପମ୍ପ ଠାରୁ ହାତୀଲୁଚାଣି ଛକ ମାତ୍ର ଗୋଟିଏ କିଲୋମିଟର ମଧ୍ୟରେ ଅବସ୍ଥିତ ।

ଏହି ସୀମିତ ରାସ୍ତା ମଧ୍ୟରେ ଘୋଡ଼ା ଡ଼ିଆଁ ନାଳ ପୋଲ ରହିଛି ।ଏହାରି ଉପରେ ଶହ ଶହ ମାତ୍ରାରେ ଗାଡ଼ି ଯାତାୟାତ କରିଚାଲିଛି ।ଯାହାକି ପୋଲର ଅବସ୍ଥା ଜରାଜୀର୍ଣ୍ଣ ଅବସ୍ଥାରେ ରହିଲାଣି ।ମରାମତି ଅଭାବରୁ ପୋଲ ମଝିରେ ରଡ୍ ବାହାରି ଉପର ମୁହାଁ ହେଲାଣି । ଦୀର୍ଘ ବର୍ଷର ପୋଲ ବର୍ତ୍ତମାନ ବିପଦ ସଙ୍କୁଳ ଦିଗକୁ ଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ଏପର୍ଯ୍ୟନ୍ତ ପଡ଼ିନାହିଁ ।ତୁରନ୍ତ ବିପଦ ସଙ୍କୁଳ ପୋଲ ମରାମତି ସହ ହାତୀଲୁଚାଣି ଛକ ଠାରୁ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ମରଣଯନ୍ତା ରାସ୍ତାକୁ ମରାମତି କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

new life
You might also like
error: Content is protected !!