News
WhatsApp Image 2023-10-04 at 17.25.00
samparksetu

ଛାତରୁ ପଡି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମୃତ୍ୟୁ !

ଗଁଦିଆ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀ ଗତକାଲି ରାତିରେ କାର୍ଯ୍ୟଳୟ ଦୁଇ ମହଲା ବିଶିଷ୍ଟ ଛାତରୁ ତଳକୁ ଖସିପଡି ମୃତ୍ୟୁ ବରଣ କରିଥିବା ଜଣାଯାଇଛି l

ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବାସିନ୍ଦା ଜୟନ୍ତ ଧାରୁଆ୩୫ବର୍ଷ ପ୍ରାୟ ଦେଢ଼ ବର୍ଷ ଧରି ଏହି କାର୍ଯ୍ୟଳୟ ରେ କାର୍ଯ୍ୟ କରୁଥିଲେ ଗତକାଲି ରାତି ସମୟ ପ୍ରାୟ୯ଟାରେ ଭୋଜନ ସାରି ଛାତ ଉପରକୁ ଯାଇଥିଲେ, ହଠାତ ଚିତ୍କାର ଶୁଣି ଅନ୍ୟ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଦେଖିଥିଲେ କି ସେଠାରେ ଜୟନ୍ତ ତଳେ ପଡିଛି ।

ତାଙ୍କୁ ତୁରନ୍ତ ଉପସ୍ଥିତ ଅନ୍ୟ କର୍ମଚାରୀ ମାନେ ସ୍ତାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତାଙ୍କର ମୁଣ୍ଡ ଓ ହାତରେ ଆଘାତ ଲାଗିଥିଲା ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇଥିଲା ।

ସ୍ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ତାଙ୍କର ଏକ ଛୋଟ ଝିଅ ଅଛି ମୃତ୍ୟୁ ପ୍ରକୃତରେ କାରଣ କଣ ସ୍ପଷ୍ଟ ହୋଇନାହିଁଭ। ଅପର ପକ୍ଷେ ତାଙ୍କର ସ୍ୱାସ୍ଥ୍ୟ ଖରାପ ଅଛି ବୋଲି ଉକ୍ତ କାର୍ଯ୍ୟଳୟ ର କିଛି କର୍ମଚାରୀଙ୍କ ଠାରୁ ଜଣାଯାଇଛି ତାଙ୍କର ମୃତ୍ୟୁ ଖବର ପରିବାର ସଦସ୍ୟ ଙ୍କୁ ଜଣାଇ ଦିଆଯାଇଥିଲା ଆଜି ମେଡିକାଲ ଠାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କର ପରିବାରଙ୍କୁ ହସ୍ତାନ୍ତର କରାଯାଇଛି ଓ ଗଁଦିଆ ପୋଲିସ ପକ୍ଷରୁ ଏକ ଅପମୃତ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।

new life
You might also like
error: Content is protected !!