News
WhatsApp Image 2023-10-04 at 17.25.00
samparksetu

ଘରେ ପଶି ମହିଳାଙ୍କୁ ଅସଦାଚରଣ ଟଙ୍କା ମାଗିଲେ ଥାନାଧିକାରୀ, ପିଡ଼ିତା ଏସପି ଙ୍କ ଦ୍ୱାରସ୍ଥ


ଗଁଦିଆ ଥାନା ସପୁଆଝର ଗ୍ରାମରେ ବାବାଜୀ ପ୍ରଧାନଙ୍କ ଘରେ ପଶି ସେହି ଗ୍ରାମର ଖଗ ପ୍ରଧାନ ମହିଳାଙ୍କୁ ଟଣା ଓଟରା କରିବା ସହିତ ଅସଦାଚରଣ କରୁଥିଲା।ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ମାନେ ଦୌଡ଼ି ଆସିବାରୁ ଖଗ ସେଠାରୁ ଫେରାର ହୋଇଯାଇଥିଲା।

ଏହି ଘଟଣାର ନ୍ୟାୟ ପାଇଁ ପିଡ଼ିତା ଥାନାଧିକାରୀ ଙ୍କ ଦ୍ୱାରସ୍ଥ ହୋଇଥିଲେ।କିନ୍ତୁ ଥାନାଧିକାରୀ ନ୍ୟାୟ ଦେବାତ ଦୂରର କଥା ଓଲଟା ପାଞ୍ଚ ହଜାର ଦେଲେ ମାମଲା ର ରଫା ଦଫା ହେବ ବୋଲି କହିଥିଲେ। ଏହି ଘଟଣା କୁ ନେଇ ପିଡ଼ିତା ଏସପି ଙ୍କ ଦ୍ୱାରସ୍ଥ ହୋଇ ଥିବାର ଜଣା ପଡିଛି।

ଯେଉଁ ଜିଲ୍ଲାର ମହିଳାଙ୍କୁ ନ୍ୟାୟ ଦେବାରେ ଥାନାଧିକାରୀ ଉତ୍କୋଚ ମାଗୁଛନ୍ତି ସେଠାରେ ମହିଳା ମାନେ ନିଜକୁ କିପରି ସୁରକ୍ଷିତ ମଣିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୁକ୍ତ କୁ ତୁରନ୍ତ ଗିରଫ ସହିତ ଥାନାଧିକାରୀ ଙ୍କ ବିରୁଦ୍ଧରେ କି ପଦକ୍ଷେପ ନେଉଛନ୍ତି ସେ କଥା ଆଗକୁ ଜଣା ପଡିବ ବୋଲି ଆଲୋଚନା ହେଉଛି ।

new life
You might also like
error: Content is protected !!