News
WhatsApp Image 2023-10-04 at 17.25.00
samparksetu

ଭୋକ ଉପାସରେ ୪ ମା’ ଛେଉଣ୍ଡ ଶିଶୁ

ଗରିବ ଅସହାୟଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା। ହେଲେ ପରିଚାଳନାଗତ ତ୍ରୁଟି ଓ ତୃଣମୂଳ ସ୍ତରରେ ସରକାରୀ କର୍ମଚାରୀଙ୍କ ଇଚ୍ଛାଶକ୍ତିର ଅଭାବ ପାଇଁ ହିତାଧିକାରୀଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚି ପାରୁନି ।

ଏହାର ଏକ ନଗ୍ନ ଚିତ୍ର ଓଡ଼ାପଡ଼ା ବ୍ଲକ ବଳରାମ ପ୍ରସାଦ ପଞ୍ଚାୟତ ଲାଣ୍ଡିପୁଲିଆ ଠାରେ ଦେଖିବାକୁ ମିଳିଛି ।୨ବର୍ଷ ତଳେ ନିଜ ମା’କୁ ହରାଇଥିବା ୪ଜଣ ନାବାଳକ ଶିଶୁପୁତ୍ର ଭୋକ ଉପାସରେ ଦିନ କାଟୁଥିଲେ ମଧ୍ୟ ତାଙ୍କ ଉପରେ କାହାର ଦୃଷ୍ଟି ପଡୁନି ।

ସୂଚନା ଅନୁଯାୟୀ ,ଗୁଡିଆକାଟେଣି ଛକ ନିକଟ ନାଣ୍ଡିପୁଲିଆ ଠାରେ ଦୀର୍ଘବର୍ଷ ହେଲା ରହି ଆସୁଛନ୍ତି ମୁନା ନଏକ (୫୦) । ତାଙ୍କର ହହର ମୟୁରଭଞ୍ଜ ଜିଲ୍ଲାରେ ହୋଇଥିବା ବେଳେ ସେ ଏଠାରେ ଦୀର୍ଘ ଦିନ ହେବ ରହୁଛନ୍ତି ।୨ବର୍ଷ ତଳେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି ।ଏହା ପରଠାରୁ ତାଙ୍କର ୪ଜଣ ଶିଶୁପୁତ୍ର ଏକ ପ୍ରକାର ଅସହାୟ ହୋଉ ପଡିଛନ୍ତି । ମୁନାଙ୍କ ଏଠାରେ ସରକାରୀ ଖାତାରେ ନାମ ନଥିବାରୁ ରାସନ କାର୍ଡ , ଏମିତିକି ଆଧାର କାର୍ଡ ମଧ୍ୟ ନାହିଁ ।ଫଳରେ ତାଙ୍କ ନିକଟରେ ସରକାରୀ ସରକାରୀ ସହାୟତା ପହଁଚି ପାରୁନି ।ତେବେ ଏହି ଅସହାୟ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

new life
You might also like
error: Content is protected !!