News
WhatsApp Image 2023-10-04 at 17.25.00
samparksetu

ଜନ ସ୍ୱାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବି

ଢେଙ୍କାନାଳ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ଯାନ୍ତ୍ରୀକ କର୍ମଚାରୀ ସଙ୍ଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇ ଦୀର୍ଘ ବର୍ଷ ଧରି ଅସ୍ଥାୟୀ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସ୍ଥୟୀ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।

ରାଜ୍ୟ ତଥା ଜିଲ୍ଲାର ସମସ୍ତ ସହରା ଳ ଏବଂ ଗ୍ରାମ୍ୟ ଜଳଯୋଗାଣ ବିଭାଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟକରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ଦାବୀ କରାଯାଇଛି ପାନୀୟଜଳ ଯୋଗାଣ ଭଳି ଅତ୍ୟାବଶ୍ୟକ ଏବଂ ଜରୁରୀ ସେବା ଯୋଗାଉଥିବା ସରକାର ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାରେ ଟାଳଟୁଳ ନିତୀ ଅବଲମ୍ବନ କରୁଛନ୍ତି । ନିକଟରେ ସରକାରୀ ରାଜ୍ୟର ୫୭ ହଜାର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଅବହେଳା କରାଯାଇଛି ।

ଅସ୍ଥାୟୀ କର୍ମଚାରୀଙ୍କ କାର୍ଯ୍ୟ କାଳ ଏବଂ ପରିବାରର ସୁରକ୍ଷାକୁ ଦୃଷ୍ଟିରେ ରଖି ଯାନ୍ତ୍ରୀକ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ସଙ୍ଘ ତରଫରୁ ଦାବୀ କରାଯାଇଛି । ଏ ସଂକ୍ରାନ୍ତରେ ସଙ୍ଘର ସଭାପତି ପ୍ରଶାନ୍ତ କୁମାର ମହାନ୍ତିଙ୍କ ସହିତ ଜିଲ୍ଲା ସମ୍ପାଦକ ହିରଣ୍ମୟ ରଥ,ସହସମ୍ପାଦକ ଅଲେଖ ଚନ୍ଦ୍ର ନାୟକଙ୍କ ସହିତ ଅନ୍ୟମାନେ ଜିଲ୍ଳାପାଳଙ୍କ ଜରିଆରେ ଏହି ଦାବି ପତ୍ର ପ୍ରଦାନ କରିଛନ୍ତି ।

new life
You might also like
error: Content is protected !!