News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳର ବବିତା ସାହୁ ହେଲେ ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କ ଉପସଭାପତି

ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କର ଉପସଭାପତି ପଦପାଇଁ ଅଭିଭକ୍ତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ମାନ୍ୟବର ଉପବାଚସ୍ପତି, ମନ୍ତ୍ରୀ,ସାଂସଦ, ସମସ୍ତ ବିଧାୟକ ଓ ବିଧାୟିକା ବୃନ୍ଦ ହିନ୍ଦୋଳ ଆତ୍ମା ଅଧ୍ୟକ୍ଷ ତଥା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଗିରିଧର ପ୍ରସାଦ ଗ୍ରାମପଞ୍ଚାୟତ ବଡବାହାଳ ଗ୍ରାମର ଶ୍ରୀଯୁକ୍ତ ପ୍ରଦିପ କୁମାର ସାହୁଙ୍କ ଧର୍ମପତ୍ନୀ ଶ୍ରୀମତୀ କବିତା ସାହୁ ନାମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିକଟକୁ ଅନୁମୋଦନ ପାଇଁ ପ୍ରସ୍ତାବ ଦେଇଥିଲେ l

ବିଜୁ ଜନତାଦଳର ସାଙ୍ଗଠନିକ ସଂପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ନିଯୁକ୍ତି ଚିଠି ପ୍ରଦାନ କରିବା ପରେ ସର୍ବସମ୍ମତ କ୍ରମେ ଶ୍ରୀମତୀ କବିତା ସାହୁ ନିର୍ଦ୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଥିଲେ ।ସଭାପତିଙ୍କ ସମେତ ସମସ୍ତ ନିର୍ଦ୍ଦେଶକ ଓ ନିର୍ଦ୍ଦେଶିକା ଓ ବ୍ୟାଙ୍କର ସମ୍ପାଦକ ସମେତ ସମସ୍ତ କର୍ମଚାରୀ ବୃନ୍ଦ କବିତା ସାହୁଙ୍କୁ ପୁଷ୍ପମାଲ୍ଯ ଅର୍ପଣ କରି ସମ୍ବର୍ଦ୍ଧିତ କରିଥିଲେ।ବବିତା ଉପସଭାପତି ନିର୍ବାଚିତ ହେଲା ପରେ ହିନ୍ଦୋଳ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି।

new life
You might also like
error: Content is protected !!