News
WhatsApp Image 2023-10-04 at 17.25.00
samparksetu

ରଶି ଲଗେଇ ଯୁବକଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ହିନ୍ଦୋଳ ଉପଖଣ୍ଡର ହିନ୍ଦୋଳ ଏନଏସି ୱାର୍ଡ ନଂ -୧୧ରେ ସ୍ଥାନୀୟ ଜଣେ ଯୁବକ କରିଥିବା ଏକ ମଟର ସାଇକେଲ ମରାମତି ଗ୍ୟାରେଜରେ ଅନୁଗୋଳ ଜିଲ୍ଲାର ଠାକୁରଗଡ଼ ଥାନା ଅନ୍ତର୍ଗତ କନ୍ତପଡ଼ା ଗ୍ରାମର ଦୁଃଖୀଶ୍ୟାମ ବେହେରାଙ୍କ ପୁଅ ଦେବରାଜ ବେହେରା(୨୩) କିଛିଦିନ ହେଲା ସହାୟକ ଭାବରେ କାର୍ଯ୍ୟ କରୁଥିଲେ ଏବଂ ନିକଟରେ ଥିବା ନୂତନପାଟଣା ଜନାର୍ଦନପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ାରେ ରହି ଆସୁଥିଲେ ।

ସେ ପ୍ରାୟ ତିନିଦିନ ହେବ ଗ୍ୟାରେଜ ଆସୁନଥିବାରୁ ଗ୍ୟାରେଜ ମାଲିକ ଭାବିଥିଲେ ଦେବରାଜ ଗାଁ କୁ ଚାଲିଯାଇଛି । ମାତ୍ର ଉକ୍ତ ଭଡ଼ାଘରର ତୃତୀୟ ମହଲାରୁ ଆଜି ସକାଳୁ ତୀବ୍ର ଦୁର୍ଗନ୍ଧ ହେବାରୁ ଗ୍ରାମବାସୀ ଘର ମାଲିକଙ୍କ ଭାଇକୁ କହିଥିଲେ ଏବଂ ଦେଖିଲା ବେଳକୁ ତୃତୀୟ ମହଲାରେ ଏକ ସିଲିଂ ଫ୍ୟାନରେ ଦେବରାଜର ମୃତ୍ୟୁଦେହ ମୃତ ଅବସ୍ଥାରେ ଝୁଲୁଥିଲା । ଏହାପରେ ଗ୍ୟାରେଜ ମାଲିକ ଓ ଘରମାଲିକ ଦେବରାଜର ପରିବାରଙ୍କୁ ଖବର ଦେଇଥିଲେ ଓ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ହିନ୍ଦୋଳ ଥାନା ପୋଲିସ ପହଂଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନା ପଠାଇ ଦେଇଛନ୍ତି ଏବଂ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ଛାନଭିନ କରୁଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ହିନ୍ଦୋଳ ପୋଲିସ ସୂତ୍ରରୁ ପ୍ରକାଶ ।

new life
You might also like
error: Content is protected !!