News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣାରେ ତିନି ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଦୁର୍ଘଟଣା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି ।

ସୂଚନା ଅନୁଯାୟୀ , ଆଜି ସନ୍ଧ୍ୟା ୭ଘଟିକା ସମୟରେ ଏକ ଅଟୋ ଏବଂ ଏକ ବୁଲଲେଟ ମୋଟରସାଇକେଲ ଆଗପଛ ହୋଇ ରସୋଳ ଆଡକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଅନୁଗୁଳ ଆଡେ ଯାଉଥିବା ଏକ ସ୍କୋର୍ପିଓ ଦ୍ରୁତଗତିରେ ଆସି ରସୋଳ ପେଟ୍ରୋଲପମ୍ପ ନିକଟରେ ପ୍ରଥମେ ଅଟୋକୁ ଖୁବଜୋରରେ ଧକ୍କା ଦେଇ ପଛରେ ଆସୁଥିବା ବୁଲଲେଟକୁ ମଧ୍ୟ ପିଟିଦେଇ ଦୁର୍ଘଟଣା ଘଟାଇ ଦ୍ରୁତଗତିରେ ଫେରାର ହୋଇଯାଇଥିଲା।

ଫଳରେ ଅଟୋଟି ଏକ ବିଲ ମଧ୍ୟକୁ ଗଳିପଡିବା ସହ ଚାଳକ ରସୋଳ ଥାନା କାଠଖୁମ୍ପା ଗ୍ରାମର ସ୍ବର୍ଗତ ଧରମୁ ଦେହୁରୀଙ୍କ ପୁଅ ଶ୍ରୀକାନ୍ତ ଦେହୁରୀ ଗୁରୁତର ଆହତ ହୋଇଥିଲେ ଏବଂ ବୁଲଲେଟରେ ଯାଉଥିବା ରସୋଳ ମୁଣ୍ଡିଆପଶି ଗ୍ରାମର ରଞ୍ଜନ ବେହେରା ଓ ତାଙ୍କ ସ୍ତ୍ରୀ ଲିଜା ବେହେରା ବୁଲଲେଟରୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ ।

ଖବର ପାଇ ରସୋଳ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଦମକଳ ଗାଡ଼ିରେ ତୁରନ୍ତ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ ଏବଂ ଡାକ୍ତର ଚିକିତ୍ସା ଆରମ୍ଭ କରିଛନ୍ତି। ରଞ୍ଜନ ଙ୍କ ମୁଣ୍ଡ ଗୋଡ଼ ଅଣ୍ଟାରେ ଆଘାତ ଲାଗିଥିବା ବେଳେ ଲିଜାଙ୍କ ଗୋଡ଼ ଭାଙ୍ଗିବା ସହ ମୁଣ୍ଡରେ ଆଘାତ ଲାଗିଛି ଏବଂ ଅଟୋ ଚାଳକଙ୍କ ଛାତିରେ ଆଘାତ ଲାଗିଛି ।

ଅଧିକ ଚିକିତ୍ସା ପାଇଁ ଆବଶ୍ୟକ ପଡିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯିବ ବୋଲି ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ।ଏଠାରେ ପ୍ରଶ୍ନ ଉଠେ ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଯାନବାହାନ ଚାଲୁଥିଲେ ମଧ୍ୟ ଦୁର୍ଘଟଣା ଏଡାଇବା ପାଇଁ କୌଣସି ପ୍ରତିକାର କରାଯାଉନାହିଁ ଫଳରେ ଦୈନନ୍ଦିନ ଦୁର୍ଘଟଣାରେ ବହୁ ଲୋକ ମୃତାହତ ହେଉଛନ୍ତି ।ସରକାର ଏବଂ ପ୍ରଶାସନ ଏଥିନିମନ୍ତେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜନସାଧାରଣ ଦାବି କରିଛନ୍ତି l

new life
You might also like
error: Content is protected !!