News
WhatsApp Image 2023-10-04 at 17.25.00
samparksetu

ଡକାୟତ ଦଳକୁ କାବୁ କଲା ପୋଲିସ

ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ କଦମପାଳ ଗ୍ରାମରେ ଡକାୟତି ଯୋଜନା କରୁଥିବା ଏକ କୁଖ୍ୟାତ ଡକାୟତ ଦଳକୁ ପୋଲିସ କାବୁ କରିନେଇଥିବା ଜଣାପଡିଛି । ଡକାୟତଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିବା ବେଳେ ସେମାନଙ୍କ ଠାରୁ ମାରଣାସ୍ତ୍ର ସହିତ ଖଣ୍ଡା,ବୋମା,ପିସ୍ତଲ ଜବତ କରାଯାଇଛି ।

ରବିବାର ଭୋର ୩ଟା ସମୟରେ ଭାପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ସେଠୀଙ୍କ ସହିତ ପୋଲିସ ତରଫରୁ ରାତ୍ରୀ କାଳୀନ ପାଟ୍ରୋଲିଂ କରାଯାଉଥିଲା । ପାଟ୍ରୋଲିଂ ସମୟରେ କଦମପାଳ ଜଙ୍ଗଲ ନିକଟରେ ଏକ ଡକାୟତ ଦଳ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ସନ୍ଦେହ କରି ସେଠାରେ ଥିବା ଏକ ଆଶ୍ରୟ ସ୍ଥଳୀକୁ ଘେରାଉ କରିଥିଲେ । ସେଠାରେ ଦୁଇଟି ମୋଟର ସାଇକେଲ ସହିତ ଗୋଟିଏ ସ୍କୁଟି ରହିଥିଲା । ମୋଟର ସାଇକେଲକୁ ତନଖି ସମୟରେ ବିଭିନ୍ନ ମାରଣାସ୍ତ୍ର ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା ।

ସେମାନଙ୍କୁ ପୋଲିସ ଗିରଫ ପରେ ଡକାୟତ ମାନେ କଦମପାଳରେ ଏକ ଡକାୟତି କରିବାକୁ ଯୋଜନା କରୁଥିବାର ପ୍ରକାଶ କରିଥିଲେ । ସେମାନେ ବିଭିନ୍ନ ସ୍ଥାନରେ ସିରିଜ ଲୁଟ ତରାଜ କରିବା ସହିତ ଡକାୟତି,ଚୋରୀ,ଛିନତାଇ ସହିତ ସଦର,ରାସୋଳ ଏବଂ ମୋଟଙ୍ଗା ପୋଲିସ ଅଞ୍ଚଳର ବିଭିନ୍ନ ଫାଇନାସ କମ୍ପାନୀର କର୍ମଚାରୀଙ୍କୁ ଟାର୍ଗେଟ କରି ଲୁଟ କରୁଥିବାର ପ୍ରକାଶ କରିଥିଲେ । ପୋଲିସ ସମସ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଡକାୟତି ଯୋଜନା ସମ୍ପର୍କରେ ଏକ ପ୍ରେମ ମିଟରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ପୋଲିସ ସଦର ଥାନାରେ ୨୮/୨୪ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।

ଡକାୟତ ମାନଙ୍କ ମଧ୍ୟରେ ଢେଙ୍କାନାଳ ସଦର ଥାନା କଦମପାଳ ଗ୍ରାମର ତ୍ରିଲୋଚନ ନାଏକଙ୍କ ପୁଅ ଚନ୍ଦ୍ରକାନ୍ତ ନାଏକ ଓରଫ ଗଣେଶ୍ୱର ଓରଫ ଗଣିଆ(୨୩), କଦମପାଳ ଗ୍ରାମର ବନମାଳୀ ନାଏକଙ୍କ ପୁଅ ଗୋଣ ନାଏକ(୧୯),କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ସୋମପଡା ଗ୍ରାମର ଜଳଧର ପ୍ରଧାନଙ୍କ ପୁଅ ରଜତ ପ୍ରଧାନ ଓରଫ ଜୀବନ(୨୨)ଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ ।

ସେମାନଙ୍କ ନାମରେ ସଦର ଥାନାରେ ୪୭୮/୨୩ରେ ଆରୋହଣ ଫାଇନାନ୍ସ କମ୍ପାନୀଶରୁ ୨୧ ହଜାର ୩୩୦ଟଙ୍କା ଲୁଟ ଘଟଣା ସହିତ ସଦରଥାନା ୫୧୭/୨୩ରେ ଆରୋହଣ ଫାଇନାନ୍ସ ଠାରୁ ୨ଲକ୍ଷ ୧୦ ହଜାର ୯୧୬ଟଙ୍କା, ସଦର ଥାନା କେସ ନଂ ୬୧୦/୨୩ରେ ଏକ
କଳା ରଙ୍ଗର ପଲସର ବାଇକ ଏବଂ ସୁନା ଚେନ ଲୁଟ ଘଟଣା,ସଦର ଥାନାର ୯୬୧/୨୩ରେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଠାରୁ ଲୁଟ ଘଟଣା,ସଦର ଥାନାର ୮୭୮/୨୩ରେ ଏକ ମାମଲା ରହିଥିବା ବେଳେ
ଜଣେ ବ୍ୟକ୍ତିଙ୍କୁ ପିସ୍ତଲ ଦେଖାଇ ୫୧ ହଜାର ଟଙ୍କା ଲୁଟ ଘଟଣାରେ ୯୫୧/୨୩ରେଏକ ମାମଲା, ରାସୋଳ ପୋଲିସ କେସ ନଂ ୨୨୩/୨୩ରେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଠାରୁ ତିନୋଟି ଫୋନ ଲୁଟ ଘଟଣା, ମୋଟଙ୍ଗା ଥାନା କେସ ନଂ ୪୦୧/୨୩ରେ ୩୩ ହଜାର ୯୨୬ଟଙ୍କା ସହିତ ୪ଟି ମୋବାଇଲ ଲୁଟ,ସଦରଥାନା ୧୦୦୪/୨୩,୧୫/୨୦୨୪ ଓ ୧୨/୨୦୨୪ରେ ମୋଟ ୧୧ଟି ମାମଲା ରହିଥିବାର ଜଣାପଡିଛି ।

ସମସ୍ତ ଅପରାଧ ୨୦୨୩ ମସିହାରେ ଘଟିଥିବା ବେଳେ ଡକାୟତି ଯୋଜନା ବେଳେ ପୋଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ଏକ କଳାହଳଦିଆ ରଙ୍ଗର
ହୋଣ୍ଡା ସାଇନ ମୋଟର ସାଇକେଲ ସହିତ ମୋବାଇଲ,ଏକ ହିରୋ ସ୍ଫେଲଣ୍ଡର ମୋଟର ସାଇକେଲ, ଗୋଟିଏ ଲାଇଟର ଗନ,
ମୋବାଇଲ,କଳାରଙ୍ଗର ହୋଣ୍ଡା ଗ୍ରାଜିଆ ସ୍କୁଟି,ଛୁରୀ,ଏକ ଭିଭୋ ୱାଇ୨୧ ମୋବାଇଲ,ଏକ ଖଣ୍ଡା,୫ଟି ହାତ ବୋମା,୩ଟି ଅଧାଜଳା ମହମବତୀ,୨ପ୍ୟାକେଟ ଲଙ୍କାଗୁଣ୍ଡ,୧୦ଟି ପ୍ଳାଷ୍ଟିକ ଡିସପୋଜେବଲ ଗ୍ଲାସ,୪ଟି ପାଣିବୋତଲ,୩ଟିହୁଇସ୍କି ମଦ,ପୋକୋ ମୋବାଇଲ,ମିନି ଲାପଟପ,ଦୁଇଟି ଟ୍ରାନସମିଟର,ଗୋଟିଏ ୱାଇଫାଇ ରୁଟର ଜବତ କରିଥିବାର ଜଣାପଡିଛି । ଏହି ପ୍ରେସମିଟରେ ଏସପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ସହିତ ସଦର ଥାନା ଅଧିକାରୀଏବଂ ପୋଲିସ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

new life
You might also like
error: Content is protected !!